ବାହାନଗା ରେଳ ଦୁର୍ଘଟଣା ଘଟଣା : ଆଜି ସରୁଛି ୩ ଅଭିଯୁକ୍ତଙ୍କ ୫ ଦିନିଆ ରିମାଣ୍ଡ ଅବଧି

ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣା ଘଟଣାରେ ଆଜି ସିଗ୍‌ନାଲ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ସିସିଆନ ପପୁ କୁମାରଙ୍କ ରିମାଣ୍ଡ ଅବଧି ସରୁଥିବାବେଳେ ଗତକାଲି ଆଉ ଦୁଇ ରେଳ କର୍ମଚାରୀଙ୍କୁ ବାହାନଗାରେ ସିବିଆଇର ପଚରାଉଚରା ସନ୍ଦେହ ବଢାଇଛି । ପୂର୍ବରୁ ସମନ କରିଥିବା ଦୁଇ ଅଧିକାରୀଙ୍କୁ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସିବିଆଇ ଜେରା କରିଥିବା ସୂଚନା ମିଳିଛି । ଏହାବାଦ ଅନ୍ୟ ତିନିଜଣଙ୍କୁ ବି ହାଜର ହେବାକୁ ସମନ କରିଛି ତଦନ୍ତକାରୀ ଦଳ। ଅନ୍ୟପକ୍ଷରେ ଆଜି ସିବିଆଇରେ ହାଜର ହୋଇପାରନ୍ତି ଷ୍ଟେସନ ମାଷ୍ଟର । ୧୧ ତାରିଖରେ ହାଜର ହେବାକୁ ପୂର୍ବରୁ ତାଙ୍କୁ ସମନ କରିଥିଲା ସିବିଆଇ ।

Comments are closed.