www.samajalive.in
Wednesday, December 10, 2025
26.1 C
Bhubaneswar

ଖଟ ଉପରକୁ ଉଠିଯାଇ ହାତରେ କାମୁଡ଼ିଦେଲା ଚିତିସାପ, ଶରୀରରେ ବିଷ ସଞ୍ଚାର ପରେ ଭାଙ୍ଗିଲା ନିଦ

ବଡ଼ସାହି: ମୟୂରଭଞ୍ଜ ଜିଲା ଅନ୍ତର୍ଗତ ବଡ଼ସାହି ବ୍ଲକ ବଳଭଦ୍ରପୁର ଗ୍ରାମରେ ଜଣେ ନାବାଳିକାର ସାପ କାମୁଡାରେ ମୃତ୍ୟୁ ଘଟିଛି। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ନାବାଳିକାଙ୍କ ନାମ ବିଷ୍ଣୁପ୍ରିୟା ମହାନ୍ତ। ବଳଭଦ୍ରପୁର ଗ୍ରାମର ଶୁସେନ ମହାନ୍ତଙ୍କ ଝିଅ ବିଷ୍ଣୁପ୍ରିୟା(୧୫) ରବିବାର ରାତିରେ ଘରେ ଏକ ଖଟରେ ଶୋଇଥିଲେ। ରାତିରେ ଏକ ବିଷଧର ଚିତି ସାପ ବିଷ୍ଣୁପ୍ରିୟା ଶୋଇଥିବା ଖଟକୁ ଉଠିଯାଇ ତା’ର ଡାହାଣ ହାତରେ କାମୁଡି ଦେଇଥିଲା। ଶରୀରରେ ବିଷ ସଞ୍ଚାର ପରେ ବିଷ୍ଣୁପ୍ରିୟାର ନିଦ ଭାଙ୍ଗିଥିଲା। ତେବେ ବିଷ୍ଣୁପ୍ରିୟାର ନିଦ ଭାଙ୍ଗିଲା ପରେ ସାପକାମୁଡ଼ା ଯୋଗୁ ଗୁରୁତର ହୋଇପଡ଼ିଥିଲେ। ଝିଅ ଗୁରୁତର ଅସୁସ୍ଥ ହୋଇଥିବା ଜାଣି ଶୁସେନ୍‌ ମହାନ୍ତ ଡାକ୍ତରଖାନାକୁ ଆଣିଥିଲେ। ତେବେ ଡାକ୍ତରଖାନାରେ ଚିକିତ୍ସା ଧୀନ ଅବସ୍ଥାରେ ବିଷ୍ଣୁପ୍ରିୟାର ମୃତ୍ୟୁ ଘଟିଥିଲା। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories