www.samajalive.in
Wednesday, December 10, 2025
18.1 C
Bhubaneswar

ଅଶୁଭ ମଙ୍ଗଳବାର : ଭିନ୍ନ ଭିନ୍ନ ଅଘଟଣରେ ୧୨ ମୃତ, ୨ ନିଖୋଜ

ସମାଜ ପୋର୍ଟାଲ ଡେସ୍କ : ହୋଲି -ରଙ୍ଗ ଓ ଆନନ୍ଦ ଉଲ୍ଲାସର ପର୍ବ। ତେବେ ଏହି ଆନନ୍ଦ ଉଲ୍ଲାସ ଓ ରଙ୍ଗଖେଳ ଅନେକଙ୍କ ପାଇଁ କାଳ ପାଲଟିଯାଇଛି। ମଙ୍ଗଳବାର ସାରା ରାଜ୍ୟରେ ହୋଲି ପାଳନ କରାଯାଉଥିବା​‌ ବେଳେ ଏହା ଅଶୁଭ ମଙ୍ଗଳବାର ସାବ୍ୟସ୍ତ ହୋଇଛି। ରାଜ୍ୟରେ ଭିନ୍ନ ଭିନ୍ନ ଅଘଟଣରେ ୧୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ଜଣ ନିଖୋଜ ଥିବା ଜଣା ପଡିଛି।

ଢେଙ୍କାନାଳରେ ୩ଜଣ ସାଙ୍ଗ ଭୋଜି ସାରି ବାଇକରେ ଫେରୁଥିବା ବେଳେ ଗଛରେ ପିଟି ହୋଇ ପ୍ରାଣ ହରାଇଛନ୍ତି। ବିରାଡିଆରୁ ଫେରୁଥିବା ବେଳେ ଢେଙ୍କାନାଳ-କପିଳାସ ରାସ୍ତାର ଛଣବୋଲୁଅ ନିକଟରେ ଗଛରେ ପିଟି ହୋଇ ଏହି ୩ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି।

- Advertisement -
courtesy : Sunday Express

ଅନ୍ୟପକ୍ଷରେ କଟକରେ  ହୋଲିଖେଳ ସାରି କାଠଯୋଡ଼ି ନଦୀର ୪୨- ମୌଜା ଘାଟରେ ଗାଧୋଉଥିବା ସମୟରେ ବୁଡ଼ି ୨ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଦୁଇଜଣ କଟକ ନେତାଜୀନଗରର ବୋଲି ଜଣାପଡ଼ିଛି। ଗାଧୋଉଥିବା ସମୟରେ ଅସାବଧାନତା ହେତୁ ଜଣଙ୍କର ଗୋଡ଼ ଖସିଯାଇଥିବା ବେଳେ ଅନ୍ୟ ଜଣେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ବୁଡ଼ିଯାଇଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି ପରେ ସେମାନଙ୍କୁ ଉଦ୍ଧାର କରି କଟକ ବଡମେଡ଼ିକାଲ ପଠାଇଥିଲା। ତେବେ ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ରାୟଗଡା ଜିଲ୍ଲା ଗୁଣୁପୁରରେ ହୋଲି ଅଘଟଣରେ ୩ ଜଣଙ୍କର ଜୀବନ ଯାଇଛି। ହୋଲି ଖେଳି ସାରି ଗାଧୋଇବାକୁ ଯାଇ କେନ୍ଦୁଗୁଡା ଡ୍ୟାମରେ ବୁଡି ୩ଜଣଙ୍କର ମୃତ୍ୟୁ ଘଟିଛି। ୩ ଜଣ ସାଙ୍ଗ ହୋଲି ଖେଳି ସାରି କେନ୍ଦୁଗୁଡା ଡ୍ୟାମରେ ଗାଧୋଉ ଥିବାବେଳେ  ବୁଡି ଯାଇଥିଲେ। ପାଖରେ ଥିବା ଲୋକମାନେ ୩ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଘଟଣାସ୍ଥଳରେ ୨ ଜଣଙ୍କର ଏବଂ ଡାକ୍ତରଖାନରେ ଜଣଙ୍କର ମୃତ୍ୟୁ ଘଟିଥିଲା।

ବାଲେଶ୍ୱରରେ ମଧ୍ୟ ଦୁଇଟି ପୃଥକ ସଡକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରଥମ ଘଟଣାଟି ସୋର ମହୁମୁହାଣ ଗ୍ରାମରେ ଘଟିଛି। ମହୁମୁହାଣ ଗ୍ରାମର ନରେନ୍ଦ୍ର କୁମାର ଜେନା ହୋଲିରେ ରଙ୍ଗ ଖେଳିବାକୁ ବାଇକରେ ଯାଉଥିବା ବେଳେ ହଠାତ ଷଣ୍ଢ ଆକ୍ରମଣ କରିବାରୁ ସେ ରାସ୍ତା ଉପରେ ବାଇକରୁ ଖସି ତଳେ ପଡିଯାଇଥିଲେ। ସେହି ସମୟରେ ବିପରିତ ଦିଗରୁ ଆସୁଥିବା ଏକ ଟ୍ରକ ଯୁବକଙ୍କ ଉପରେ ମାଡିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟ ଏକ ଘଟଣାରେ ସୋର ମଙ୍ଗଳପୁରୁ ରାସ୍ତା ବାଗୁଡ଼ିଠାରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ଖଇରା ଥାନା ଗଣ୍ଡିବେଡ଼ ମାର୍କୋନା ରାସ୍ତା କଲିହା ଛକ ନିକଟରେ କୁରୁଣ୍ଟା ମେଳଣ ଦେଖି ଘରକୁ ଫେରୁଥିବା ସମୟରେ ବାଇକ ଧକ୍କାରେ ନନ୍ଦୋର ଗ୍ରାମର ଗଣେଶ ମାଝୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ନିଆଳ ଗାଁରେ ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ ଘଟିଛି। ହୋଲି ଖେଲିସାରି ପୋଖରୀରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି।

ଅନ୍ୟ ପକ୍ଷରେ ଭୁବନେଶ୍ବରରୁ ପୁରୀ ଯାଉଥିବା ବେଳେ ବାଇକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ୩୧୬ନମ୍ବର ଜାତୀୟ ରାଜପଥର ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ନିକଟରେ ଏହି ଦୁର୍ଘଟଣା ଘଟିଛି।

ନରାଜରେ ମହାନଦୀରେ ଗାଧୋଉଥିବା ବେଳେ ଭାସିଯାଇ ଜଣେ ନିଖୋଜ ଥିବା ଜଣାପଡିଛି। ସେହିପରି ନବରଙ୍ଗପୁରରେ ଇନ୍ଦ୍ରାବତୀ ନଦୀରେ ଭାସିଯାଇ ଜଣେ ନିଖୋଜ ଥିବା ଜଣାପଡିଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories