www.samajalive.in
Wednesday, December 10, 2025
26.1 C
Bhubaneswar

ଛୁଆଙ୍କୁ ମାଟି ଖାଇବା ଅଭ୍ୟାସରୁ ନିବୃତ୍ତ ରଖିବାର ସରଳ ଉପାୟ

ଛୋଟ ଛୁଆଙ୍କୁ ମାଟି ଖାଇବାର ଅଭ୍ୟାସ ଖୁବ୍‍ ଶୀଘ୍ର ହୋଇ ଯାଇଥାଏ। ଏହି ଅଭ୍ୟାସ ଦ୍ୱାରା ବାପା-ମା’ ମାନେ ସର୍ବଦା ଚିନ୍ତିତ ରହିଥାଆନ୍ତି। ମାଟି ଖାଇବା ଏକ ଖରାପ ଅଭ୍ୟାସ ଅଟେ। ମାଟି ଖାଇବା ଦ୍ୱାରା ଅନେକ ସମୟରେ ଛୋଟ ଛୁଆଙ୍କର ଦେହ ଖରାପ ହୋଇଥାଏ। ଯାହାଦ୍ୱାରା ଛୁଆଙ୍କର ପେଟ ଦରଜ ହୋଇଥାଏ। ଛୋଟ ଛୁଆଙ୍କୁ ମାଟି ଖାଇବା ପ୍ରକୃତିରୁ ନିବୃତ୍ତ ରଖିବା ପାଇଁ ସେମାନଙ୍କୁ ଅନ୍ୟ କାମରେ ବ୍ୟସ୍ତ ରଖନ୍ତୁ। ଆସନ୍ତୁ ଜାଣିବା ମାଟି ଖାଇବା ଅଭ୍ୟାସରୁ ନିବୃତ୍ତ ରଖିବା ପାଇଁ କ’ଣ କରିବା ଉଚିତ୍‍ ..

ମାଟି ଖାଇବା ଅଭ୍ୟାସ ଛଡାଇବାର ପ୍ରକ୍ରିୟା:

- Advertisement -

ଲବଙ୍ଗକୁ ଛେଚି ତାକୁ ପାଣିରେ ଫୁଟାଇ ଦିଅନ୍ତୁ। ଛୁଆଙ୍କୁ ଏକ ଚାମଚ କରି ଦିନକୁ ୩ଥର ପିଆନ୍ତୁ। ଏପରି କରିବା ଦ୍ୱାରା ମାଟି ଖାଇବା ଅଭ୍ୟାସ ଶୀଘ୍ର ଛାଡିଯିବ।

ଛୁଆଙ୍କୁ ପ୍ରତିଦିନ ଗୋଟିଏ କଦଳୀ ସହ ମହୁ ମିଶାଇ ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ଛୁଆମାନେ ଆସ୍ତେ ଆସ୍ତେ ମାଟି ଖାଇବାରୁ ନିବୃତ୍ତ ହୋଇଯିବେ।

ପ୍ରତିଦିନ ରାତିରେ ଉଷୁମ ପାଣିରେ ଜୁଆଣି ଗୁଣ୍ଡ ମିଶାଇ ଛୁଆଙ୍କୁ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ମାଟି ଖାଇବା ଅଭ୍ୟାସ ଦୂରେଇ ଯିବ।

ଛୁଆଙ୍କ ଶରୀରରେ କିଛି ପୋଷକ ତତ୍ତ୍ୱ କମ୍‍ ପରିମାଣରେ ଥିବା ଯୋଗୁଁ ସେମାନେ ମାଟି ଖାଇବାକୁ ଅଭ୍ୟାସରେ ପରିଣତ କରି ଦେଇଥାନ୍ତି। ତେଣୁ ଛୁଆଙ୍କୁ ପ୍ରତିଦିନ ପୋଷକଯୁକ୍ତ ଖାଦ୍ୟ ଖୁଆନ୍ତୁ।

ଯଦି ଛୁଆଙ୍କ ଶରୀର ବାରମ୍ବାର ଖରାପ ହେଉଛି ତେବେ ଡାକ୍ତରଙ୍କ ନିକଟକୁ ନେଇ ପରୀକ୍ଷା କରାନ୍ତୁ।

 

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories