ନୂଆଦିଲ୍ଲୀ : ରାଜନୀତି ଛାଡିବା ନେଇ ଘୋଷଣା କରିଥିବା ବିଜେପି ସାଂସଦ ବାବୁଲ ସୁପ୍ରିୟ ସୋମବାର ନିଜ ଯୋଜନା ପରିବର୍ତ୍ତନ କରିଛନ୍ତି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ସୁପ୍ରିମୋ ନିଜର ଯୋଜନା ପରିବର୍ତ୍ତନ କରିଛନ୍ତି । ସୋମବାର ସୁପ୍ରିୟ କହିଛନ୍ତି ଯେ ସେ ରାଜନୀତି କରିବେ ନାହିଁ; ମାତ୍ର ସାଂସଦ ଭାବେ ନିଜ ନିର୍ବାଚନ ମଣ୍ଡଳୀ ପାଇଁ କାର୍ଯ୍ୟ କରିବେ। ସେ ଅନ୍ୟ କୌଣସି ଦଳରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି। କଣ୍ଠଶିଳ୍ପୀରୁ ରାଜନୀତିକୁ ଆସିଥିବା ସୁପ୍ରିୟ ପଶ୍ଚିମବଙ୍ଗ ଆସନସୋଲ୍ରୁ ସାଂସଦ ଅଛନ୍ତି ।
Popular Categories



