ମୁମ୍ବଇ : ୧୪ ସେପ୍ଟେମ୍ବର ଅର୍ଥାତ୍ ଆଜି ହେଉଛି ଆୟୁଷ୍ମାନ ଖୁରାନାଙ୍କ ୩୪ ତମ ଜନ୍ମଦିନ। ଆୟୁଷ୍ମାନ ପ୍ରାୟ ୧୭ ବର୍ଷ ବୟସରୁ ପରଦାରେ ନିଜ ଯାଦୁ ଦେଖାଇ ଆସିଛନ୍ତି। ସେ ଚ୍ୟାନେଲ୍ ଭି ରେ ପ୍ରସାରିତ ହେଉଥିବା ରିୟାଲିଟି ଶୋ’ ‘ପପ୍ଷ୍ଟାର୍’ ରେ ସବୁଠାରୁ କମ୍ ବୟସର ପ୍ରତିଯୋଗୀ ଭାବେ ଭାଗ ନେଇ ସେହିଦିନ ଠାରୁ ତାଙ୍କ କ୍ୟାରିୟର ଆରମ୍ଭ ଥିଲେ। ଛୋଟ ପରଦାରୁ ବଡ଼ ପରଦା ଓ ତା’ସହ ସଙ୍ଗୀତ ଜଗତରେ ଆୟୁଷ୍ମାନ ବହୁତ ନାଁ କମାଇଛନ୍ତି। ସେ ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣେ ଲୋକପ୍ରିୟ ଅଭିନେତା ହେବା ସହ ଜଣେ ପ୍ରସିଦ୍ଧ ଗାୟକ ଭାବେ ମଧ୍ୟ ଖ୍ୟାତି ଅର୍ଜନ କରିଛନ୍ତି। ତେବେ ଚାଲନ୍ତୁ ଜାଣିବା ଆୟୁଷ୍ମାନ ଖୁରାନାଙ୍କ ଜୀବନ ସହ ଜଡ଼ିତ ଆଉ କିଛି ଅଜଣା କଥା –
ନିଜ ସଂଘର୍ଷ ସମୟରେ ଥରେ ସେ ତାଙ୍କ କଲେଜ ସାଙ୍ଗମାନଙ୍କ ସହ ଗୋଆ ଯାଇଥିଲେ। କୁହାଯାଏ ଯେ ସେତେବେଳେ ଆୟୁଷ୍ମାନଙ୍କ ପାଖରେ ଯାତ୍ରା କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ନଥିଲା। ଏହି କାରଣରୁ ସେହି ସମୟରେ ସେ ଟ୍ରେନ୍ରେ ଗୀତ ଗାଇ ଟଙ୍କା ଜୁଟାଇଥିଲେ। ଏହାପର ଠାରୁ ସେ ଲଗାତାର ଭାବେ ଟ୍ରେନ୍ରେ ଗୀତ ଗାଇବାକୁ ଲାଗିଲେ ଓ ନିଜ ପକେଟ୍ ଖର୍ଚ୍ଚ ମୂଲ୍ୟର ଅର୍ଥ ଆୟ କରିପାରୁଥିଲେ। ଏହାପରେ ସେ ୧୭ ବର୍ଷ ବୟସରେ ରିୟାଲିଟି ଶୋ’ ପପ୍ଷ୍ଟାର୍ ରେ ଭାଗ ନେଇଥିଲେ। ଆୟୁଷ୍ମାନ୍ ଖୁରାନାଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ‘ଭିକି ଡୋନର୍’ ଯାହା ୨୦୧୨ ରେ ମୁକ୍ତିଲାଭ କରିଥିଲା। ଆୟୁଷ୍ମାନ ପ୍ରେମ ବିବାହ କରିଥିଲେ। ୧୧ ବର୍ଷ କାଳ ପ୍ରେମସମ୍ପର୍କରେ ରହିବା ପରେ ଶେଷରେ ସେ ତାହିରାଙ୍କୁ ୨୦୧୧ ରେ ବିବାହ କରିଥିଲେ।
ଜନ୍ମଦିନ ଅବସରରେ ଜାଣନ୍ତୁ ଆୟୁଷ୍ମାନଙ୍କ ଜୀବନର କିଛି ଅଜଣା କଥା
Popular Categories



