www.samajalive.in
Thursday, December 11, 2025
27.1 C
Bhubaneswar

ତାଳୁକ ଆଇନ ସେବା ସମିତି ପକ୍ଷରୁ ସଚେତନତା ସଭା

ଟିଟିଲାଗଡ଼: ଆଇନ ସଚେତନତା ମାଧ୍ୟମରେ ନାଗରିକ ସଶକ୍ତିକରଣ ନେଇ ଟିଟିଲାଗଡ଼ ତାଳୁକ ଆଇନ ସେବା ସମିତି ପକ୍ଷରୁ ୩୧ ଅକ୍ଟୋବରରୁ ୧୩ ନଭେମ୍ବର ପର୍ଯ୍ୟନ୍ତ ଚାଲିଥିବା ଅଭିଯାନ ପରିପ୍ରେକ୍ଷୀରେ ବ୍ଳକ ଅନ୍ତର୍ଗତ ମନିଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରବିବାର ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଟିଟିଲାଗଡ଼ ଅତିରିକ୍ତ ଜିଲା ଦୌରା ଏବଂ ସେସନ ଜଜ ରାଜକିଶୋର ମହାପାତ୍ର, ସିନିୟର ଡିଭିଜନ ସିଭିଲ ଜଜ ଯୋଗଦେଇ ଆପୋଷ ଆଲୋଚନା ମାଧ୍ୟମରେ ନାଗରିକ ନିଜ ବିବାଦ ତୁଟାଇବାକୁ ପ୍ରାଥମିକତା ଦେବା ଉଚିତ। ଯଦି ସମାଧାନ ବାଟ ନଫିଟିବ ତେବେ ଅଦାଲତ ରହିଛି। ଅସହାୟଙ୍କ ପାଇଁ ମାଗଣା ଓକିଲ, ସମସ୍ତ କାଗଜପତ୍ର ଖର୍ଚ୍ଚ ଅଦାଲତ ବ୍ୟବସ୍ଥା କରିବେ। ଏନେଇ କେହି ସମ୍ବଳ ଅଭାବରୁ ନ୍ୟାୟରୁ ବଞ୍ଚିତ ହେବେ ନାହିଁ ବୋଲି କହିଥିଲେ। ସରପଞ୍ଚ ମାଦ୍ରୀ ଲେଗାଲ ରିଟେନର ପାନେଲ ସଦସ୍ୟ ଜୟନ୍ତ ପଣ୍ଡା, ସୁରେନ ପଣ୍ଡା, ଟିକେରାମ ସାହୁ, ପ୍ରଫୁଲ୍ଲ ବିଶି, ପିଏଲଭି ମହତାବ ଦୀପ, ପରମାନନ୍ଦ ତାଣ୍ଡି, ଚିତ୍ର ଦୀପ, ସରୋଜ ସାହୁ, ପୂର୍ବତନ ସରପଞ୍ଚ ମୁନିରାମ ଖରସେଲ, ଚିତ୍ର ଦୀପ, ପ୍ରଫୁଲ୍ଲ ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

Related Articles

Popular Categories