www.samajalive.in
Monday, December 8, 2025
17.1 C
Bhubaneswar

ବିଶ୍ବ ମାନବାଧିକାର ଦିବସରେ ସଚେତନତା 

ଆଠଗଡ: ଆଠଗଡ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ବିଶ୍ବ ମାନବାଧିକାର ଦିବସ ଅବସରରେ ଏକ ଆଇନ ସଚେତନତା ସଭା ଅଦାଲତ ପରିସରରେ ଅନୁଷ୍ଠିତ ହୋଇଯାଇଛି।  ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଓ ଦୌରାଜଜ ପ୍ରଦୀପ୍ତ କୁମାର ସାହୁ ଏଥିରେ ଅଧ୍ୟକ୍ଷତା କରି ମାନବାଧିକାର କ’ଣ ଏବଂ ଏହା କିପରି ନାଗରିକଙ୍କୁ ସୁରକ୍ଷା ଦେଉଛି ସେ ବିଷୟରେ ବୁଝାଇଥିଲେ ।
ବିଶ୍ୱବାସୀ ଯେପରି ନିଜ ଅଧିକାର ପ୍ରତି ସଚେତନ ରହିବେ ଏବଂ ସେମାନଙ୍କ ମୌଳିକ ଅଧିକାର କିପରି ସୁରକ୍ଷିତ ରହିବ ତାହା ସଂଯୁକ୍ତ ରାଷ୍ଟ୍ରସଂଘ ସାଧାରଣ ପରିଷଦରେ ୧୯୪୮ ମସିହା ଡିସେମ୍ବର ୧୦ରେ ଆଲୋଚନା କରାଯାଇ ଏକ ଆଇନ ଖସଡା ପ୍ରସ୍ତୁତି ଆରମ୍ଭ ହୋଇଥିଲା । ତେବେ ମାନବାଧିକାର ଆଇନ ୧୯୫୦ ମସିହାରେ ଘୋଷଣା ସହିତ କାର୍ଯ୍ୟକାରୀ ହୋଇଥିଲା । କିନ୍ତୁ ଡିସେମ୍ବର ୧୦କୁ ବିଶ୍ବ ମାନବାଧିକାର ଦିବସ ରୂପେ ପାଳନ କରିବାକୁ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ବୋଲି ଏଡିଜେ ଶ୍ରୀ ସାହୁ ପ୍ରକାଶ କରିଥିଲେ।
ମାନବାଧିକାର ମଧ୍ୟରେ ସ୍ଵାସ୍ଥ୍ୟଗତ, ଆର୍ଥିକ, ସାମାଜିକ ଓ ଶିକ୍ଷାଗତ ଅଧିକାର ସାମିଲ ହୋଇଛି ଏବଂ ଏହା ମଣିଷର ଜନ୍ମଗତ ଅଧିକାର ବୋଲି ଶ୍ରୀ ସାହୁ କହିଥିଲେ । ଏଥିରେ ସମ୍ମାନିତ ବକ୍ତା ଭାବେ ଓକିଲ ସଂଘ ସଭାପତି ଜଗଦାନନ୍ଦ ତ୍ରିପାଠୀ, ସମ୍ପାଦକ ବନବିହାରୀ ସାହୁ, ଆଇନ ସେବା ସମିତିର ଆଇନଜୀବୀ ଜ୍ଞାନ ପ୍ରକାଶ ଧଳସାମନ୍ତ, ଶ୍ରୀନିବାସ ଦାସ ପ୍ରମୁଖ ଯୋଗଦେଇ ଭାରତରେ ପ୍ରଚଳିତ ମାନବାଧିକାର ଆଇନ ସମ୍ପର୍କରେ ଆଲୋଚନା କରିବା ସହିତ ମାନବାଧିକାର ଆୟୋଗ ଗଠନର ଉଦ୍ଦେଶ୍ଯ ଏବଂ ଏହାର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ। ଶେଷରେ ଆଇନଜୀବୀ ପ୍ରତାପ ଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories