www.samajalive.in
Sunday, December 7, 2025
15.1 C
Bhubaneswar

ଭାରତୀୟଙ୍କ ହାରାହାରି ଆୟୁଷ ୧୦ବର୍ଷ ବୃଦ୍ଧି, ଭୋକିଲା ରାଷ୍ଟ୍ର ତାଲିକାରେ ସ୍ଥିତି ଖରାପ

ନୂଆଦିଲ୍ଲୀ: ଭାରତୀୟଙ୍କ ହାରାହାରି ଆୟୁଷ ପ୍ରାୟ ୧୦ ବର୍ଷ ବୃଦ୍ଧି ପାଇଛି। ୧୯୯୦ରେ ଭାରତୀୟଙ୍କ ହାରାହାରି ଆୟୁଷ ୫୯.୬ ବର୍ଷ ଥିଲାବେଳେ ୨୦୧୯କୁ ଏହା ୭୦.୮ ବର୍ଷରେ ପହଞ୍ଚିଛି। ପ୍ରଖ୍ୟାତ ସ୍ୱାସ୍ଥ୍ୟ ପତ୍ରିକା ‘ଦି ଲାନସେଟ୍‌’ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଦର୍ଶାଯାଇଛି। ଭାରତ​‌ରେ ରାଜ୍ୟ ଭିତ୍ତିରେ ହାରାହାରି ଆୟୁଷରେ ତାରତମ୍ୟ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ସେହି ଅନୁସାରେ କେରଳୀଙ୍କ ହାରାହାରି ଆୟୁଷ ସର୍ବାଧିକ ୭୭.୩ ବର୍ଷ ଥିବାବେଳେ ଉତ୍ତରପ୍ରଦେଶବାସୀଙ୍କର ୬୬.୯ ବର୍ଷ ରହିଛି। ଅପରପକ୍ଷରେ ବିଶ୍ବର ୨୦୦ ରାଷ୍ଟ୍ରରେ ହୋଇଥିବା ସର୍ଭେ ଅନୁଯାୟୀ, ମୃତ୍ୟୁର ୨୮୬ଟି କାରଣ ଓ ୩୬୯ ପ୍ରକାର ବ୍ୟାଧି ରହିଥିବା ଏବଂ ଏହା ଉପରେ ଗବେଷଣା ପୂର୍ବକୁ ରିପୋର୍ଟ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ସେହିଭଳି ଭାରତରେ ସଂକ୍ରାମକ ବ୍ୟାଧି ହ୍ରାସ ପାଇଥିବାବେଳେ ଦୀର୍ଘସ୍ଥାୟୀ ରୋଗ ବୃଦ୍ଧି ପାଇଛି ଏବଂ ଭାରତବାସୀ ଏଥିସହିତ ଦୀର୍ଘକାଳ ବଞ୍ଚିରହିବାରେ ସକ୍ଷମ ବୋଲି ଏଥିରେ କୁହାଯାଇଛି। ଭାରତୀୟ ଜନସ୍ୱାସ୍ଥ୍ୟ ସଂସ୍ଥାନର ବିଶେଷଜ୍ଞ ଶ୍ରୀନିବାସ ଗୋଲି ଏହାକୁ ସ୍ବୀକାର କରି କହିଛନ୍ତି ଯେ ଭାରତୀୟଙ୍କ ହାରାହାରି ଆୟୁଷ ବଢ଼ିଥିଲେ ମଧ୍ୟ ଖରାପ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ପରିବେଶ ଯୋଗୁଁ ଅନେକ ଲୋକ ନିଜର ପରିଣତ ବୟସରେ ରୋଗବ୍ୟାଧି ସହ ଜୀବନ କାଟୁଛନ୍ତି। ଭାରତରେ ପ୍ରସବକାଳୀନ ମୃତ୍ୟୁହାର ସର୍ବାଧିକ ରହିଥିବାବେଳେ ପଞ୍ଚମ ସ୍ଥାନରେ ଥିବା ହୃଦ୍‌ରୋଗ ଏବେ ପ୍ରଥମକୁ ଉଠିଛି। କର୍କଟ ରୋଗାକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ବଢ଼ିଚାଲିଛି। ପ୍ରଦୂଷଣ, ତମାଖୁ ସେବନ ଆଦି ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ଼ ପ୍ରତିବନ୍ଧକ ହୋଇଥିବା ରିପୋର୍ଟରେ କୁହାଯାଇଛି। ୨୦୧୯ରେ ଭାରତରେ ପ୍ରଦୂଷଣ କାରଣରୁ ୧.୬୭ ନିୟୁତ, ଉଚ୍ଚ ରକ୍ତଚାପରେ ୧.୪୭ ନିୟୁତ, ତମାଖୁ ଜନିତ ରୋଗରେ ୧.୨୩ ନିୟୁତ ଓ ଅଖାଦ୍ୟ ଖାଇ ୧.୧୮ନିୟୁତ ଲୋକଙ୍କ ମୃତ୍ୟୁ ହୋଇଛି।

- Advertisement -

ଅନ୍ୟପକ୍ଷରେ ବିଶ୍ବ ଭୋକିଲା ତାଲିକାରେ ଭାରତର ସ୍ଥାନ ନିମ୍ନ ପଟରୁ ୧୩ରେ ରହିଛି। ଦେଶର ସ୍କୋର ମାତ୍ର ୨୭.୨ ପ୍ରତିଶତ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ଏମିତିକି ଗୃହଯୁଦ୍ଧ ଓ ଏକଚ୍ଛତ୍ରବାଦ ଶାସନାଧୀନ ରାଷ୍ଟ୍ର ଉତ୍ତରକୋରିଆ, ସିଏରାଲିଓନ୍‌, ରୁଆଣ୍ଡା, ହାଇତି ଓ ଆଫଗାନିସ୍ତାନ ତୁଳନାରେ ମଧ୍ୟ ଭାରତର ସ୍ଥିତି ଅତ୍ୟନ୍ତ ଖରାପ। କେବଳ ସେତିକି ନୁହେଁ; ପଡ଼ୋଶୀ ବାଂଲାଦେଶ, ନେପାଳ, ଭୁଟାନ, ଶ୍ରୀଲଙ୍କା, ପାକିସ୍ତାନ ଓ ମ୍ୟାଁମାର ତୁଳନାରେ ଭାରତ ଭରତର ସ୍ଥିତି ଭଲ ନାହିଁ। ପୁଷ୍ଟିକୁ ନେଇ ପ୍ରସ୍ତୁତ ଏହି ତାଲିକା​‌ରେ ଶ୍ରୀଲଙ୍କାର ସ୍ଥାନ ୬୪ ଥିବାବେଳେ ନେପାଳ ୭୩, ବାଂଲାଦେଶ ୭୫ ଓ ପାକିସ୍ତାନ ୮୮ ସ୍ଥାନରେ ରହିଛନ୍ତି। ଭାରତରେ ଖାଦ୍ୟ ଅଧିକାର ଅଭିଯାନ ବିଫଳ ହୋଇଥିବା ଓ ଏହା ପୁଷ୍ଟିହୀନତାର ନିରାକରଣରେ ବ୍ୟର୍ଥ ହୋଇଥିବା ରିପୋର୍ଟରୁ ପ୍ରକାଶ। ସେହିଭଳି ଜନସ୍ବାସ୍ଥ୍ୟର ସୁରକ୍ଷା କ୍ଷେତ୍ରରେ ମଧ୍ୟ ଭାରତର ସ୍ଥିତି ଭଲ ନାହିଁ। ଏ କ୍ଷେତ୍ରରେ ଭାରତର ସଫଳତା ମାତ୍ର ୧୭.୩ ପ୍ରତିଶତ। ସେଥିପାଇଁ ଶିଶୁ ମୃତ୍ୟୁହାର ଅଧିକ ରହିଥିବା ପ୍ରକାଶ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories