www.samajalive.in
Monday, December 8, 2025
20.1 C
Bhubaneswar

ଅଷ୍ଟ୍ରେଲିଆ ମହିଳା ଟ୍ୱେଣ୍ଟି-୨୦ ବିଶ୍ୱକପ୍‍ ଚମ୍ପିଆନ

ଆଣ୍ଟିଗୁଆ(ୱେଷ୍ଟଇଣ୍ଡିଜ) : ଅଷ୍ଟ୍ରେଲିଆ ଏଠାରେ ଚାଲିଥିବା ମହିଳା ଟ୍ୱେଣ୍ଟି-୨୦ ବିଶ୍ୱକପରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଶନିବାର ଖେଳାଯାଇଥିବା ଫାଇନାଲରେ ଅଷ୍ଟ୍ରେଲିଆ ୮ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି। ଟସ୍‍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ୧୯.୪ ଓଭରରେ ୧୦୫ ରନରେ ଅଲଆଉଟ ହୋଇଥିଲା। ଜବାବରେ ଅଷ୍ଟ୍ରେଲିଆ ୧୫.୧ ଓଭରରେ ୨ ୱିକେଟ ବିନିମୟରେ ୧୦୬ ରନ କରି ବିଜୟୀ ହୋଇଥିଲା। ଏଥରକୁ ମିଶାଇ ଅଷ୍ଟ୍ରେଲିଆ ଚତୁର୍ଥ ଥର ପାଇଁ ଏହି ଟାଇଟଲ ହାସଲ କରିଛି। ପୂର୍ବରୁ ଅଷ୍ଟ୍ରେଲିଆ ୨୦୧୦, ୨୦୧୨ ଓ ୨୦୧୪ରେ ମହିଳା ଟ୍ୱେଣ୍ଟି୨୦ ବିଶ୍ୱକପ ଜିତିଥିଲା। ଇଂଲଣ୍ଡ ଅଧିନାୟିକା ଟସ୍‍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଓପନର ଡାନିଏଲ ୱାଟ୍‍ ଗୋଟିଏ ପଟେ ସତର୍କତାର ସହ ବ୍ୟାଟିଂ ଜାରି ରଖିଥିବାବେଳେ ଅନ୍ୟପଟରୁ ନିୟମିତ ବ୍ୟବଧାନରେ ୱିକେଟର ପତନ ଘଟିଥିଲା। ୱାଟ୍‍ ୪୩ ଓ ଅଧିନାୟିକା ହିଦର ନାଇଟ୍‍ ୨୫ ରନ କରିଥିବାବେଳେ ଦଳର ଅନ୍ୟ କୌଣସି ବ୍ୟାଟସମ୍ୟାନ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିପାରିନଥିଲେ। ଫଳରେ ଇଂଲଣ୍ଡ ୧୯.୪ ଓଭରରେ ୧୦୫ ରନରେ ଅଲଆଉଟ ହୋଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଆସ୍‍ଲେ ଗାର୍ଡନର ୩ଟି ୱିକେଟ ଅକ୍ତିଆର କରିଥିବାବେଳେ ମେଗାନ ସ୍କଟ୍‍ ଓ ଜର୍ଜିଆ ୱେୟାରହାମ୍‍ ପ୍ରତ୍ୟେକ ୨ଟି ୱିକେଟ ପାଇଥିଲେ।
୧୦୬ ରନ୍‍ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଅଷ୍ଟ୍ରେଲିଆ ୪୪ ରନ ମଧ୍ୟରେ ଦୁଇ ଓପନର ଆଲିସା ହିଲି (୨୨) ଓ ବେଥ୍‍ ମୁନିଙ୍କ (୧୪) ୱିକେଟ ହରାଇଥିଲା। ତେବେ ଆସ୍‍ଲେ ଗାର୍ଡନର ଓ ଅଧିନାୟିକା ମେଗ୍‍ ଲ୍ୟାନିଙ୍ଗ୍‍ ୩ୟ ୱିକେଟ ପାଇଁ ଅବିଭାଜିତ ୬୨ ରନ ଯୋଗକରିବା ଫଳରେ ଦଳ ୧୫.୧ ଓଭରରେ ୨ ୱିକେଟ ବିନିମୟରେ ୧୦୬ ରନ କରି ବିଜୟୀ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ସୋଫି ଏକ୍ଲିଷ୍ଟୋନ୍‍ ଓ ଡାନିଏଲ ହେଜେଲ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ଅଷ୍ଟ୍ରେଲିଆର ଦୁଇ ଖେଳାଳି ଆସ୍‍ଲେ ଗାର୍ଡନର ‘ପ୍ଲେୟାର ଅଫ୍‍ ଦି ମ୍ୟାଚ’ ଓ ଆଲିସା ହିଲି ‘ପ୍ଲେୟର ଅଫ୍‍ ଦି ସିରିଜ’ ବିବେଚିତ ହୋଇଛନ୍ତି।

 

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories