www.samajalive.in
Sunday, December 7, 2025
15.1 C
Bhubaneswar

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କଲା ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଂଘ

ବୌଦ୍ଧ: ନୟାଗଡ ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣାର ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ଆକ୍ରୋଶମୂଳକ ଆକ୍ରମଣ ଘଟଣାକୁ ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି। ସଂଘର ବରିଷ୍ଠ ସଦସ୍ୟ ରବିନ୍ଦ୍ର କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସାମ୍ବାଦିକ ସଂଘ କାର୍ଯ୍ୟାଳୟଠାରେ ଏକ ଜରୂରୀ ବୈଠକ ଡକାଯାଇ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ନେଇ ଉଦବେଗ ପ୍ରକାଶ କରାଯିବା ସହିତ ସରକାର ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବାକୁ ଦାବି କରାଯାଇଛି। ସାମ୍ବାଦିକମାନେ ପରିବାର ପ୍ରତିପୋଷଣ ପାଇଁ କାର୍ଯ୍ୟକ୍ଷେତ୍ରରେ ଅନେକ ସମସ୍ୟା ଓ ବିପଦଜନକ ପରିସ୍ଥିତିର ସମ୍ମୁଖିନ ହୋଇ ଖବର ସଂଗ୍ରହ କରୁଥିବାବେଳେ ଅନେକ ସମୟରେ ଅପରାଧି ଓ ବିରୋଧୀ ଲୋକଙ୍କ ଆକ୍ରୋଶର ଶୀକାର ହେଉଛନ୍ତି। ନୟାଗଡ ପରୀ ହତ୍ୟାକାଣ୍ଡ ଘଟଣାରେ ମଧ୍ୟ ଏହି କାରଣରୁ ସାମ୍ବାଦିକ ଓ ତାଙ୍କର ସହଯୋଗୀଙ୍କୁ ଆକ୍ରମଣ କରାଯାଇଥବାରୁ ଅଭିଯୁକ୍ତମାନଙ୍କ ବିରୋଧରେ ସରକାର ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ବୌଦ୍ଧଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଦାବି କରାଯାଇଛି।

ବୈଠକରେ ସଂଘର ସଂପାଦକ ଶଶାଙ୍କ ଶେଖର ମିଶ୍ର, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ସଂପଦ କୁମାର ଅଗ୍ରୱାଲା, ଦେବାଶିଷ ପୁରୋହିତ ପ୍ରମୁଖ କାର୍ଯ୍ୟକ୍ଷେତ୍ରରେ ସାମ୍ବାଦିକମାନଙ୍କ ସୁରକ୍ଷା ନେଇ ଉଦବେଗ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଦିତ କୁମାର ନାଗ, ସିମୁନ ନାଏକ, କୃଷ୍ଣଗୋପାଳ ମେହେର, ପ୍ରଭଂଜନ ମିଶ୍ର, ରବିନ୍ଦ୍ର ପଟ୍ଟନାୟକ ଓ ଧବଳେଶ୍ୱର ମହାପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories