www.samajalive.in
Tuesday, December 9, 2025
16.1 C
Bhubaneswar

ବିବାହ ପାଇଁ ମନା କରିବାରୁ ମହିଳାଙ୍କୁ ଭୁଜାଲିରେ ଆକ୍ରମଣ

ଢେଙ୍କାନାଳ : ବିବାହ ପାଇଁ ମନା କରିବାରୁ ମହିଳାଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଥିବାର ଅଭିଯୋଗ ହୋଇଛି। ଢେଙ୍କାନାଳ ଜିଲା କଙ୍କଡାହାଡ ଗ୍ରାମରେ ଏପରି ଅଭାବନୀୟ ଘଟଣା ଘଟିଛି। ଆକ୍ରମଣରେ ମହିଳାଙ୍କ ପିଠି, ଗୋଡ, ଜଙ୍ଗରେ ଗଭୀର କ୍ଷତ ହୋଇଛି। ତାଙ୍କୁ ଉଦ୍ଧାର କରାଯାଇ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତକୁ କଙ୍କଡାହାଡ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ଆହତ ମହିଳାଙ୍କ ନାମ ହେଉଛି ମାମିନା। ଅଭିଯୁକ୍ତ ଜଣକ ତାଙ୍କ ଦିଅର ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ଯେ, ମାମିନା ପ୍ରାୟ ଏକ ବର୍ଷ ପୂର୍ବେ ଢେଙ୍କାନାଳ ଜିଲା କଙ୍କଡାହାଡ ଥାନା ଅନ୍ତର୍ଗତ ତରାଜଙ୍ଗ ଗ୍ରାମରେ ବିବାହ କରିଥିଲେ। ବିବାହର ବର୍ଷକ ପରେ ତାଙ୍କ ସ୍ବାମୀଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା। ସ୍ବାମୀଙ୍କ ମୃତ୍ୟୁ ପରେ ମାମିନା ତାଙ୍କ ବାପଘରକୁ ପଳାଇ ଆସିଥିଲେ। କିନ୍ତୁ କିଛି ଦିନ ହେବ ତାଙ୍କ ଦିଅର ତାଙ୍କୁ ବିବାହ କରିବାକୁ କହିଥିଲେ। ମାମିନା ମନା କରିବାରୁ ଦିଅର ଉତକ୍ଷେପିତ ହୋଇଥିଲେ। ମଙ୍ଗଳବାର ସକାଳେ ମାମିନା ପୋଖରୀରୁ ଫେରୁଥିବା ବେଳେ ପୂର୍ବରୁ ଲୁଚି ରହିଥିବା ଦିଅର ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories