www.samajalive.in
Thursday, December 11, 2025
27.1 C
Bhubaneswar

ଆତ୍ମ ନିର୍ଭର ଭାରତ ଯୋଜନାରେ ଲାଭାନ୍ଵିତ ହେବେ ନବରଙ୍ଗପୁର କାଜୁ ଚାଷୀ

ସମାଜ ପୋର୍ଟାଲ ଡେସ୍କ: ଲକଡାଉନ ସମୟରେ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପାଇଁ ଆତ୍ମନିର୍ଭର ଭାରତ ଯୋଜନାରେ କେନ୍ଦ୍ର ସରକାର ଘୋଷଣା କରିଥିବା ୧୦ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ କାଜୁ ପ୍ରକ୍ରିୟାକରଣ ଶିଳ୍ପ ସହ ଜଡ଼ିତ ଅଂଶୀଦାରମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି। ନବରଙ୍ଗପୁର ଜିଲ୍ଲାରେ ବାର୍ଷିକ ପ୍ରାୟ ୪ ହଜାର ମେଟ୍ରିକ ଟନ କାଜୁ ଚାଷ ହେଉଥିଲେ ମଧ୍ୟ ଲକଡାଉନ କାରଣରୁ କାଜୁ ଶିଳ୍ପ ଏକପ୍ରକାର ବନ୍ଦ ହୋଇଯାଇଥିଲା। କାଜୁ ଶିଳ୍ପ ବନ୍ଦ ଥିବାରୁ ଦିନ ମଜୁରିଆମାନେ ମଧ୍ୟ କାମ ଧନ୍ଦା ନପାଇ ଘରେ ହାତ ବାନ୍ଧି ବସି ରହିଥିଲେ।

ଏବେ କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ୟାକେଜ ନିଶ୍ଚିତ ରୂପେ ସେମାନଙ୍କ ପାଇଁ ପୁଣିଥରେ ରୋଜଗାର ସୁଯୋଗ ଆଣି ଦେବ ବୋଲି ନବରଙ୍ଗପୁର ତାରାତାରିଣୀ କାଜୁ ଫ୍ୟାକ୍ଟ୍ରିର ମାଲିକ ସଚ୍ଚିଦାନନ୍ଦ ଚୌଧୁରୀ କହିଛନ୍ତି। ଏହି ପ୍ୟାକେଜ କ୍ଷତି ଭରଣା କରିବାରେ ବେଶ ସହାୟକ ହେବ ବୋଲି ସେ ଆଶା ରଖିଛନ୍ତି। ଏହି ଯୋଜନାରେ ଆକାଂକ୍ଷୀ ଜିଲ୍ଲାଗୁଡ଼ିକୁ ବିଶେଷ ଗୁରୁତ୍ୱ ଦିଆଯାଇଥିବାରୁ ନବରଙ୍ଗପୁରର କାଜୁ ଚାଷୀଙ୍କ ପାଇଁ ଏହା ବେଶ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories