www.samajalive.in
Wednesday, December 10, 2025
17.1 C
Bhubaneswar

‘ଡିଜିଟାଲ ଭାରତ’ ଗରିବ ଓ ବିକାଶମୁଖୀ ଦେଶ ପାଇଁ ଆଶା: ରାଜ୍ୟଗୋଷ୍ଠୀ ମହାସଚିବ

ସମାଜ ପୋର୍ଟାଲ ଡେସ୍କ: ଦେଶରେ ଚାଲିଥିବା ଡିଜିଟାଲ ଭାରତ କାର୍ୟ୍ୟକ୍ରମର ସଫଳତାକୁ ରାଜ୍ୟଗୋଷ୍ଠୀ ମହାସଚିବ ପାଟ୍ରିସିଆ ସ୍କଟଲାଣ୍ଡ ଭୂୟସୀ ପ୍ରଶଂସା କରିଛନ୍ତି। ରାଜ୍ୟଗୋଷ୍ଠୀରେ ସାମିଲ ଅନ୍ୟ ବିକାଶଶୀଳ ଦେଶଗୁଡିକ ପାଇଁ ଏହି ସଫଳତା ଆଶା ସଂଚାର କରିଛି ବୋଲି ସେ କହିଛନ୍ତି। ଏକ ଘରୋଇ ସମ୍ବାଦ ସଂସ୍ଥା ସହ ଆଲୋଚନା କାଳରେ ପାଟ୍ରିସିଆ କହିଛନ୍ତି ଯେ ଭାରତର ସାଧାରଣ ଲୋକଙ୍କୁ ଡିଜିଟାଲ ସେବା ଯୋଗାଇବା ଦିଗରେ ଅଧିକ ସଫଳତା ମିଳିପାରିଛି। ସେ ଆହୁରି କହିଛନ୍ତି ଯେ ଗରିବ ଓ ବିକାଶମୁଖୀ ଦେଶଗୁଡିକ ଉନ୍ନତ ରାଷ୍ଟ୍ରମାନଙ୍କ ସମକକ୍ଷ ହୋଇପାରିବେ କି ନାହିଁ ସେ ନେଇ ଥିବା ସନ୍ଦେହ ଦୂରକରି ଭାରତ ସାଧାରଣ ଲୋକଙ୍କ ପାଇଁ ଏହାକୁ ଉପଯୋଗ କରି ବିଶ୍ୱ ପାଇଁ ଆଶାର ବାତାବରଣ ସୃଷ୍ଟି କରିଛି।

ରାଜ୍ୟଗୋଷ୍ଠୀ ମହାସଚିବ ପାଟ୍ରିସିଆ କହିଛନ୍ତି ଯେ, ଗତ ଜାନୁଆରୀ ମାସରେ ସେ ଭାରତ ପରିଦର୍ଶନରେ ଆସିଥିବା ବେଳେ ଭାରତ ସରକାରଙ୍କ ମନ୍ତ୍ରୀ ଓ ବୈଷୟିକ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିଥିଲେ। ସେ ନିଶ୍ଚିତ ହୋଇଥିଲେ ଯେ, ଭାରତ ପ୍ରକୃତରେ ସାଧାରଣ ଓ ଅବହେଳିତ ବ୍ୟକ୍ତିବିଶେଷଙ୍କ ପାଇଁ ଏହା କରୁଛି। ସେ ଏହାକୁ ପୂର୍ଣ୍ଣପ୍ରାଣରେ ସ୍ଵାଗତ କରୁଥିବା କହିଛନ୍ତି। ଏ ନେଇ କେନ୍ଦ୍ର ଇଲେକଟ୍ରୋନିକ୍ସ ଓ ସୂଚନା ତଥା ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ପାଟ୍ରିସିଆଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories