www.samajalive.in
Tuesday, December 9, 2025
17.1 C
Bhubaneswar

ଆଠଗଡ ସେବା ପ୍ରତିଷ୍ଠାନର ରଜ ମହୋତ୍ସବ

ଆଠଗଡ:ଆଠଗଡ ସହରର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଠଗଡ ସେବା ପ୍ରତିଷ୍ଠାନ ଆନୁକୂଲ୍ୟରେ ଚାଲିଥିବା ୨ଦିନିଆ ରଜ ମହୋତ୍ସବ ରବିବାର ଉଦଯାପିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସମାଜସେବୀ ରଞ୍ଜିତା ଭକ୍ତା ଓ ସମ୍ପାଦିକା ସୁନେରା ବେଗମଙ୍କ ପରିଚାଳନାରେ ଦୁଇଦିନ ଧରି ଚାଲିଥିବା ରଜ ମହୋତ୍ସବରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଶିଶୁ, ଯୁବତୀ ଓ ମହିଳା ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଭାଗିରଥି ସାଗର ପୋଖରୀ ନିକଟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦୋଳି ଖେଳ, ନୃତ୍ଯ, ସଂଗୀତ, ମ୍ୟୁଜିକ ଚେୟାର ଆଦି ପ୍ରତିଯୋଗିତା ଆଦି ଆୟୋଜିତ ହୋଇଥିଲା ।
ରବିବାର ସଭାପତି ଶ୍ରୀମତି ଭକ୍ତାଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ଯଅତିଥି ଭାବେ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଆଠଗଡ ଶାଖା ମୁଖ୍ଯ ବ୍ରହ୍ମକୁମାରୀ ରୀତା, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସୁଧି ରଞ୍ଜନ ଦାଶ ଓ ଦିଲ୍ଲୀପ କୁମାର ଦାସ ଯୋଗଦେଇ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ରଜର ମହତ୍ବ ଓ ବିଶେଷତ୍ବ ଉପରେ ଆଲୋକପାତ କରିଥିଲେ । ଅତିଥିଗଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ ସେବା ପ୍ରତିଷ୍ଠାନର ସଦସ୍ଯା ରୂପପଦ୍ମା ପଣ୍ଡା, ରୋଜିନା ଦାଶ, ପ୍ରଣତି ପଣ୍ଡା, ରେବତୀ ସାହୁ, ରଞ୍ଜିତା ଦାସ, ସସ୍ମିତା ସ୍ୱାଇଁ, ସଂଯୁକ୍ତା ବାରିକ, ପ୍ରିୟଙ୍କା ସାହୁ, ଚିନ୍ମୟୀ ବାରିକ ଓ ସୁମିତ୍ରା ନାୟକଙ୍କ ସମେତ ଅନ୍ଯମାନେ ସହଯୋଗ କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories