www.samajalive.in
Monday, December 8, 2025
27.1 C
Bhubaneswar

ଏସଏଚଜିଙ୍କୁ ଋଣ ଓ ଅଙ୍ଗନବାଡି କର୍ମୀଙ୍କୁ ସ୍ମାର୍ଟଫୋନ ବଣ୍ଟନ

ଆଠଗଡ: ଆଠଗଡ ବ୍ଲକ କାର୍ଯ୍ୟାଳୟରେ ମଙ୍ଗଳବାର କୋଭିଡ ନିୟମ ଅନୁପାଳନ ପୂର୍ବକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ଓ ଅଙ୍ଗନବାଡି କର୍ମୀଙ୍କୁ ସ୍ମାର୍ଟଫୋନ ବଣ୍ଟନ କରିଥିଲେ। ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ଆତ୍ମାର ଅଧ୍ୟକ୍ଷ ରବିନ୍ଦ୍ରନାଥ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ରାଜ୍ୟସରକାର ମିଶନଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି।

ବିଶେଷକରି ଏହି କରୋନା କାଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ଆର୍ଥିକ ସ୍ୱାବଲମ୍ବୀ କରିବା ଲାଗି ସ୍ୱଳ୍ପ ସୁଧ ହାରରେ ଋଣ ଯୋଗାଇ ଦେଉଛନ୍ତି ବୋଲି କହିବା ସହ ଆଠଗଡ ଅଞ୍ଚଳର ୪୩ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମାସିକ ୫୦ପଇସା ସୁଧହାରରେ ୨୧.୫୦ଲକ୍ଷ ଟଙ୍କା ଋଣ ବଣ୍ଟନ କରିଥିଲେ। ଏହି ଅବସରରେ ରାଜ୍ୟରେ କୁପୋଷଣର ଶିକାର ହେଉଥିବା ଗର୍ଭବତୀ, ପ୍ରସୂତୀ ମହିଳା ଓ ଶିଶୁଙ୍କ ପାଇଁ ପୋଷଣ ଯୋଜନା ରାଜ୍ୟ ସରକାର କାର୍ଯ୍ୟକାରୀ କରିବା ସହ ଏଥିରେ ଅଙ୍ଗନବାଡି କର୍ମୀଙ୍କୁ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି। ଆଠଗଡର ୨୪୮ଜଣ ଅଙ୍ଗନବାଡି କର୍ମୀଙ୍କୁ ଏଥିପାଇଁ ଗୋଟିଏ ଲେଖାଏଁ ସ୍ମାର୍ଟଫୋନ, ପାୱାର ବ୍ୟାଙ୍କ ଓ ଅନ୍ୟ ଉପକରଣ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବଣ୍ଟନ କରିଥିଲେ। ଉଭୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ଅଙ୍ଗନବାଡି କର୍ମୀଙ୍କୁ କରୋନା ମହାମାରୀ ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ସହ ଲୋକଙ୍କୁ ଟୀକା ଗ୍ରହଣ ପାଇଁ ପ୍ରୋତ୍ସାହିତ କରିବା ଲାଗି ପରାମର୍ଶ ଦେଇଥିଲେ।

- Advertisement -

ଏହି କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ନୃସିଂହ ଚରଣ ମହାପାତ୍ର, ବିିଡିଓ ଅରୁଣ କୁମାର ଦାସ, ସିଡିଓପି ଦ୍ରୌପଦୀ ମାରାଣ୍ଡି, ବିପିସି ଚିତ୍ତରଞ୍ଜନ ବଳିଆରସିଂହ, ଏସଏଚସି ମହାସଂଘର ସଭାନେତ୍ରୀ କାମିନୀ ସାମନ୍ତରା ଓ ସଂପାଦିକା ଲୋଚନି ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories