ଆଠଗଡ: ଆଠଗଡ ସହରର ୧୮ନଂ ୱାର୍ଡ ଅନ୍ତର୍ଗତ ଶକ୍ତିନଗର ବିକାଶ ପରିଷଦ ଆନୁକୁଲ୍ୟରେ ସଭାପତି ଉପେନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱରେ ବୁଧବାର ଅପରାହ୍ନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ନବନିର୍ବାଚିତ ନଗରପାଳ ସସ୍ମିତା ରାଉତ ଓ ୧୮ନଂ ୱାର୍ଡ ପାରିଷଦ ମମତାମୟୀ ସେଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ସଂପାଦକ ଧରଣୀଧର ମହାପାତ୍ର ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପରିଷଦର ଉପଦେଷ୍ଟା ଶିକ୍ଷାବିତ୍ ଶୃତିଧର ପ୍ରଧାନ, ଶକ୍ତିନଗରର ବିକାଶ ଓ ସମୃଦ୍ଧି ସହିତ ଭାଇଚାର ଓ ଭାତୃତ୍ୱ ସଂପର୍କକୁ ଅଧିକ ଦୃଢିଭୂତ କରିବାକୁ ପରାମର୍ଶ ଦେଇଥିଲେ। ସମ୍ବର୍ଦ୍ଧନାର ଉତ୍ତରରେ ନଗରପାଳ ଶ୍ରୀମତୀ ରାଉତ ଶକ୍ତିନଗରର ବିକାଶ ପାଇଁ ଯଥା ସମ୍ଭବ ସାହାର୍ଯ୍ୟ ଓ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ। ଏହି ଅବସରରେ ଯୁବ ସମାଜସେବୀ ପ୍ରକାଶ କୁମାର ରାଉତ ଓ ବିଭୂ ପ୍ରସାଦ ମହାରଣାଙ୍କୁ ପରିଷଦ ପକ୍ଷରୁ ସମ୍ବଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଫୁଲ୍ଲ କୁମାର ସାମଲ, କୃଷ୍ଣଚନ୍ଦ୍ର ଦଳାଇ, ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ଯୁଗଳ କିଶୋର ଭୂୟାଁ, କିଶୋର ଚନ୍ଦ୍ର ଚୌଧୁରୀ, ପୁରୁଷୋତ୍ତମ ମଲ୍ଲିକ, ରମେଶ ଚନ୍ଦ୍ର ସାହୁ, ପବିତ୍ର କୁମାର ସେଠୀ, ସ୍ମୃତିରଞ୍ଜନ ରାଉତରାୟ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Popular Categories



