www.samajalive.in
Monday, December 8, 2025
20.1 C
Bhubaneswar

ବିଧାନସଭା ଶୀତ ଅଧିବେଶନ : ହାଜତ ମୃତ୍ୟୁ ଓ ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ, ଗୃହ ୩ଟା ଯାଏ ମୁଲତବୀ

ଭୁବନେଶ୍ୱର : ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନରେ ମଧ୍ୟ ଗୃହରେ ହୋ-ହାଲ୍ଲା ଏବଂ ହଟ୍ଟଗୋଳ ଦେଖିବାକୁ ମିଳିଛି। ଶନିବାର ମଧ୍ୟ ପୁଣି ହାଜତ ମୃତ୍ୟୁ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ପକ୍ଷରୁ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ସେହିପରି ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା ସୃଷ୍ଟି ହୋଇଥିଲା। ତେଣୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରଥମେ ୧୫ ମିନିଟ ଏବଂ ପରେ ଅପରାହ୍ଣ ୩ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

ପ୍ରଥମେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ହାଜତ ମୃତ୍ୟୁ ପ୍ରସଙ୍ଗ ଉଠାଇ, ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଦାବି କରିଥିଲେ। ଗୃହର ସବୁ କାର୍ଯ୍ୟ ବାତିଲ କରି ମୋସନ ଆକାରରେ ହାଜତ ମୃତ୍ୟୁ ପ୍ରସଙ୍ଗ ଆଲୋଚନା ହେଉ ବୋଲି ଶ୍ରୀ ନାୟକ କହିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସଂହ ମିଶ୍ର ମଧ୍ୟ ହାଜତ ମୃତ୍ୟୁ ମାମଲା ଉଠାଇଥିଲେ। ସେ କହିଥିଲେ ଯେ, ଜାତୀୟ ମାନବାଧିକାର ଆୟୋଗ ତାଗିଦ କରି ମାନବ ଅଧିକାର ଉଲ୍ଲଂଘନ ହୋଇଛି ବୋଲି କହିଛନ୍ତି। ତେଣୁ ,ହି ପ୍ରସଙ୍ଗରେ କେବଳ ଏସ୍‌ପିଙ୍କୁ ବଦଳି କଲେ ହେବନି, ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ଶ୍ରୀ ମିଶ୍ର କହିଥିଲେ।
ଅନ୍ୟପକ୍ଷରେ ହାଜତ ମୃତ୍ୟୁ ଏକ ଦୁଃଖଦ ଘଟଣା। ଏ ପ୍ରସଙ୍ଗ କୋର୍ଟରେ ବିଚାରାଧୀନ ଅଛି । ତେଣୁ ଏହା ଉପରେ ଯଦି ଆଲୋଚନା ହୁଏ, ତେବେ ତଦନ୍ତ ପ୍ରଭାବିତ ହେବାରେ ସମ୍ଭାବନା ରହିଛି ବୋଲି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି।

- Advertisement -

ସେହିପରି ରାଜ୍ୟରେ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ଆଜି ଗୃହରେ ହଙ୍ଗାମା ସୃଷ୍ଟି ହୋଇଛି । ସର୍ବଦଳୀୟ ବୈଠକରେ ସ୍କୁଲ ବନ୍ଦ ପ୍ରସଙ୍ଗ ଆଲୋଚନା ପାଇଁ ବିଜେପି ଏବଂ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।
ତେବେ ରାଜ୍ୟରେ ୧୪ ହଜାର ସ୍କୁଲ ନୁହେଁ, ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ମିଶି ୭,୭୭୨ ବିଦ୍ୟାଳୟ ବନ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories