www.samajalive.in
Monday, December 8, 2025
20.1 C
Bhubaneswar

ନାହିଁ ନାହିଁରେ ସର୍ବଶିକ୍ଷା, ୧୧ ହଜାର ୭୧୦ ସ୍କୁଲକୁ ନାହିଁ ବିଦ୍ୟୁତ ସଂଯୋଗ

ଡେସ୍କ: ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବା ଲାଗି ଅନେକ ଯୋଜନା ଘୋଷଣା କରୁଥିଲା ବେଳେ ଆଜି ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସୂଚନା ଏହାର ଅସଲ ସ୍ୱରୂପକୁ ପଦାରେ ପକାଇଛି। ବିଧାୟକ ମୋହନ ମାଝୀ ଆଜି ବିଧାନସଭାରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସହ ସମ୍ପର୍କିତ କେତୋଟି ପ୍ରଶ୍ନ ପଚାରିଥିଲେ ଓ ଗଣଶିକ୍ଷାମନ୍ତ୍ରୀ ଏହାର ଉତ୍ତର ଦେଇଥିଲେ।

ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନ ରାଜ୍ୟରେ କେତୋଟି ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ ହୋଇଛି ର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଥିଲେ ଯେ ଏ ପର୍ଯ୍ୟନ୍ତ ରାଜ୍ୟରେ ୧୧ ହଜାର ୭୧୦ଟି ସ୍କୁଲକୁ ବିଦ୍ୟୁତ ସଂଯୋଗ ହୋଇନାହିଁ। ସେହିପରି ଅନ୍ୟ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ୨୧ ହଜାର ୬୫ଟି ସ୍କୁଲରେ ଖେଳ ପଡ଼ିଆ ନ ଥିବା ବେଳେ ୪୧ ହଜାର ୯୯୬ ସ୍କୁଲରେ କମ୍ପ୍ୟୁଟର ନାହିଁ। ସେହିପରି ଛାତ୍ରଛାତ୍ରୀ ସଂଖ୍ୟା ତୁଳନାରେ ୬ ହଜାର ୭୮୧ ସ୍କୁଲରେ ଆବଶ୍ୟକ ପଡୁଥିବା ଶ୍ରେଣୀଗୃହ ନାହିଁ। କେବଳ ଯେ ଭିତ୍ତିଭୂମି ଅଭାବ ତାହା ନୁହେଁ ବରଂ ୬୦୧୧ ସ୍କୁଲରେ ଛାତ୍ର ଅନୁପାତରେ ଶିକ୍ଷକ ନ ଥିବା ମନ୍ତ୍ରୀ ଗୃହକୁ ଜଣାଇଛନ୍ତି। ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି, ୨୦୨୧-୨୨ରେ ମାଧ୍ୟମିକ ସ୍ତରରେ ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କ ହାର ୨୭.୨୬ ରହିଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories