www.samajalive.in
Monday, December 8, 2025
27.1 C
Bhubaneswar

ଆଫ୍‍ଗାନିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୨୫୦

ଆବୁଧାବି : ଚଳିତ ଏସିଆ କପ୍‍ର ସୁପର ଫୋର୍‍ ମ୍ୟାଚରେ  ବିଜୟୀ ହେବା ପାଇଁ ବାଂଲାଦେଶ ବିପକ୍ଷରେ ଆଫ୍‍ଗାନିସ୍ତାନକୁ ୨୫୦ ରନ୍‍ କରିବାକୁ  ପଡ଼ିବ। ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଇମ୍‍ରୁଲ କେୟିସ୍‍ ଓ ମହମ୍ମଦୁଲ୍ଲାଙ୍କ ଅର୍ଦ୍ଧଶତକ ବଳରେ ବାଂଲାଦେଶ ୫୦ ଓଭରରେ ୭ ୱିକେଟ ହରାଇ ୨୪୯ ରନ୍‍ କରିପାରିଛି। ଉଭୟ ଦଳ ସେମାନଙ୍କ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛନ୍ତି।


ପ୍ରଥମ ମ୍ୟାଚ୍‍ରେ ଭାରତଠାରୁ ବଡ଼ ବ୍ୟବଧାନରେ ପରାସ୍ତ ହୋଇଥିବା ବାଂଲାଦେଶକୁ ଫାଇନାଲ ଦୌଡ଼ରେ ରହିବା ଲାଗି ଏହି ମ୍ୟାଚ୍‍ ଜିତିବାକୁ ପଡ଼ିବ। ଟସ୍‍ ଜିତି ବାଂଲାଦେଶ ବ୍ୟାଟିଂ ନେଇଥିଲା। ନଜ୍‍ମୁଲ ହୋସେନ୍‍ ୬ ଓ ମହମ୍ମଦ ମିଠୁନ୍‍ ୧ ରନ୍‍କରି ବିଦାୟ ନେଇଥିଲେ। ପରେ ଓପ୍‍ନର ଲିଟନ୍‍ ଦାସ ଓ ଅଭିଜ୍ଞ ମୁସ୍‍ଫିକୁର ରହିମ୍‍ ସ୍କୋର୍‍କୁ ୮୧ ରନ୍‍ରେ ପହଞ୍ଚାଇଥିଲେ। ଲିଟନ୍‍ ଚମତ୍କାର ବ୍ୟାଟିଂକରି ୪୩ ବଲ୍‍ରୁ ୩ଟି ଚୌକା ସହ ୪୧ ରନ୍‍ କରିଥିଲେ। ଏହାସହ ୬ ରନ୍‍ରେ ୩ଟି ୱିକେଟ ହରାଇଥିଲା ବାଂଲାଦେଶ। ସାକିବ୍‍ ଅଲ୍‍ ହାସନ୍‍ ବିନା ସ୍କୋର୍‍ରେ ରନ୍‍ ଆଉଟ ହୋଇଥିବା ବେଳେ ଆଉ ଜଣେ ପୂର୍ବତନ ଅଧିନାୟକ ମୁସ୍‍ଫିକୁର ୫୨ ବଲ୍‍ରୁ ୩୩ ରନ୍‍କରି ରନ୍‍ଆଉଟ ହୋଇଥିଲେ। ଏହି ୨ଟି ରନ୍‍ଆଉଟ ପରେ ବାଂଲାଦେଶ ୮୭ ରନ୍‍ରେ ୫ଟି ୱିକେଟ ହରାଇ ଦୟନୀୟ ସ୍ଥିତିରେ ଥିଲା। ତେବେ ପଛରେ ଦଳରେ ଯୋଗ ଦେଇଥିବା ଇମ୍‍ରୁଲ କେୟିସ୍‍ ଓ ମହମ୍ମଦୁଲ୍ଲା ଲଢ଼ୁଆ ବ୍ୟାଟିଂ କରିଥିଲେ ଏବଂ ୨୫.୩ ଓଭର କ୍ରିଜ୍‍ରେ ରହି ୬ଷ୍ଠ ୱିକେଟ ପାଇଁ ୧୩୪ ରନ୍‍ ଯୋଡ଼ିଥିଲେ। ମହମ୍ମଦୁଲ୍ଲା ୮୧ ବଲ୍‍ରେ ୨ଟି ଛକା ଓ ୩ଟି ଚୌକା ସହ ୭୪ ରନ୍‍ କରିଥିଲେ। ଇମ୍‍ରୁଲ କେୟିସ୍‍ ୮୯ ବଲ୍‍ରୁ ୬ଟି ଚୌକା ସହ ୭୨ ରନ୍‍କରି ଅପରାଜିତ ଥିଲେ। ଆଫ୍‍ଗାନିସ୍ତାନର ଆଫ୍‍ତାବ୍‍ ଆଲମ୍‍ ୩ଟି ୱିକେଟ ନେଇଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories