ନୂଆଦିଲ୍ଲୀ: ଏସିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆସନ୍ତା ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ପାକିସ୍ତାନ ଓ ଶ୍ରୀଲଙ୍କାରେ ଖେଳାଯିବ। ଏଥିପାଇଁ ବୁଧବାର ଏସୀୟ କ୍ରିକେଟ ପରିଷଦ (ଏସିସି) ଓ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଟୁର୍ଣ୍ଣାମେଣ୍ଟରେ ମୋଟ ୬ଟି ଦଳ ଅଂଶଗ୍ରହଣ କରିବେ। ଗ୍ରୁପ-ଏ ରେ ଭାରତ, ପାକିସ୍ତାନ ଓ ନେପାଳ ରହିଥିବାବେଳେ ଗ୍ରୁପ-ବି ରେ ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ବାଂଲାଦେଶ ସ୍ଥାନ ପାଇଛନ୍ତି। ହାଇବ୍ରିଡ୍ ମଡେଲ ଅନୁଯାୟୀ ୧୩ଟି ମ୍ୟାଚ୍ ମଧ୍ୟରୁ ପାକିସ୍ତାନରେ ୪ଟି ଓ ଶ୍ରୀଲଙ୍କାରେ ୯ଟି ମ୍ୟାଚ ଖେଳାଯିବ।
ପରବର୍ତ୍ତୀ ସମ୍ବାଦ ପାଇଁ ଏହି ଲିଙ୍କ କ୍ଲିକ କରନ୍ତୁ https://samajalive.in/fifa-womens/483171.html
ପାକିସ୍ତାନର ମୁଲତାନ ଓ ଲାହୋରରେ, ଶ୍ରୀଲଙ୍କାର କାଣ୍ଡି ଓ କଲମ୍ବୋରେ ମ୍ୟାଚ ଖେଳାଯିବ। ଅଗଷ୍ଟ ୩୦ରେ ଉଦ୍ଘାଟନୀ ମ୍ୟାଚ ପାକିସ୍ତାନ-ନେପାଳ ମଧ୍ୟରେ ଖେଳାଯିବ। ସେପ୍ଟେମ୍ବର ୨ରେ ଭାରତ ଓ ପାକିସ୍ତାନ ମ୍ୟାଚ ଶ୍ରୀଲଙ୍କାର କାଣ୍ଡିରେ ଖେଳାଯିବ। ଲିଗ୍ ପଯ୍ୟାୟରେ ମୋଟ ୬ଟି ମ୍ୟାଚ ଖେଳାଯିବ। ପ୍ରତି ଗ୍ରୁପରୁ ୨ଟି ଲେଖାଏଁ ଦଳ ସୁପର-୪କୁ ଉନ୍ନୀତ ହେବେ। ସୁପର-୪ରେ ମୋଟ ୬ଟି ମ୍ୟାଚ ଖେଳାଯିବ। ଶ୍ରେଷ୍ଠ ୨ ଦଳ ଫାଇନାଲକୁ ଉନ୍ନୀତ ହେବେ। ଫାଇନାଲ ଅଗଷ୍ଟ ୧୭ରେ କଲମ୍ବୋରେ ଖେଳାଯିବ। ସୂଚନାଯୋଗ୍ୟ, ଏସିଆ କପ୍ ଆୟୋଜତ ନେଇ ପାକିସ୍ତାନ ଅଧିକାର ପାଇଥିଲା। ହାଇବ୍ରିଡ ମଡେଲ ଅନୁଯାୟୀ ମ୍ୟାଚ ଶ୍ରୀଲଙ୍କା ଓ ପାକିସ୍ତାନରେ ଖେଳାଯିବ।
ଖେଳସୂଚୀ
୩୦।୮ : ପାକିସ୍ତାନ-ନେପାଳ : ମୁଲତାନ
୩୧।୮ : ବାଂଲାଦେଶ-ଶ୍ରୀଲଙ୍କା : କାଣ୍ଡି
୨।୯ : ଭାରତ-ପାକିସ୍ତାନ : କାଣ୍ଡି
୩।୯ : ବାଂଲାଦେଶ- ଆଫଗାନିସ୍ତାନ: ଲାହୋର
୪।୯ : ଭାରତ-ନେପାଳ : କାଣ୍ଡି
୫।୯ : ଶ୍ରୀଲଙ୍କା-ଆଫଗାନିସ୍ତାନ: ଲାହୋର
ସୁପର ଫୋର୍ ପର୍ଯ୍ୟାୟ
୬।୯ : ଏ-୧ ବନାମ ବି-୨ : ଲାହୋର
୯।୯ : ବି-୧ ବନାମ ବି-୨ : କଲମ୍ବୋ
୧୦।୯ : ଏ-୧ ବନାମ ଏ-୨ : କଲମ୍ବୋ
୧୨।୯ : ଏ-୨ ବନାମ ବି-୧ :କଲମ୍ବୋ
୧୪।୯ : ଏ-୧ ବନାମ ବି-୧ : କଲମ୍ବୋ
୧୫।୯ : ଏ-୨ ବନାମ ବି-୨ : କଲମ୍ବୋ
୧୭।୯ : ଫାଇନାଲ : କଲମ୍ବୋ



