ସିଡ୍ନୀ: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଆଜିଠାରୁ ଅଗଷ୍ଟ ୨୦ ପଯ୍ୟନ୍ତ ଫିଫା ମହିଳା ଫୁଟବଲ ବିଶ୍ବକପର ନବମ ସଂସ୍କରଣ ଖେଳାଯିବ। ଏଥିରେ ମୋଟ ୩୨ଟି ଦଳ ଅଂଶଗ୍ରହଣ କରିବେ। ଦଳ ଗୁଡ଼ିକୁ ୮ଟି ଗ୍ରୁପରେ ବିଭକ୍ତ କରାଯାଇଛି। ପ୍ରତି ଗ୍ରୁପରୁ ଦୁଇଟି ଦଳ ପ୍ରି କ୍ବାର୍ଟର ଫାଇନାଲକୁ ଉନ୍ନୀତ ହେବେ। ପ୍ରି କ୍ବାର୍ଟର ଫାଇନାଲ ଅଗଷ୍ଟ ୫ରୁ ୮ ପର୍ଯ୍ୟନ୍ତ ଖେଳାଯିବ। ଅଗଷ୍ଟ ୧୧ ଓ ୧୨ରେ କ୍ବାର୍ଟର ଫାଇନାଲ, ୧୫ ଓ ୧୬ରେ ସେମିଫାଇନାଲ , ୨୦ରେ ଫାଇନାଲ ଖେଳାଯିବ।
ପରବର୍ତ୍ତୀ ସମ୍ବାଦ ପାଇଁ ଏହି ଲିଙ୍କ କ୍ଲିକ କରନ୍ତୁ https://samajalive.in/banglades-love-story-india/483165.html



