www.samajalive.in
Saturday, December 6, 2025
26.1 C
Bhubaneswar

ପୁଲିସ ନିକଟରେ ହାଜର ହେଲେନାହିଁ ଆଶିଷ ମିଶ୍ର

ଲଖିମପୁର ଖେରି: ଏଠାରେ ଘଟିଥିବା ହିଂସାକାଣ୍ଡରେ ସଂପୃକ୍ତିଥିବା ଅଭିଯୋଗରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଉତ୍ତର ପ୍ରଦେଶ ପୁଲିସ ପକ୍ଷରୁ ହାଜର ହେବାକୁ ସମନ ପଠାଯାଇଥିଲେ ମଧ୍ୟ ଆଶିଷ ପୁଲିସ ନିକଟରେ ହାଜର ହୋଇନାହାନ୍ତି । ତାଙ୍କୁ ଗୁରୁବାର ପୂର୍ବାହ୍ନ ୧୦ଟାରେ ପୁଲିସ ଲାଇନରେ ପହଞ୍ଚିବାକୁ କୁହାଯାଇଥିଲା । ଏହା ତାଙ୍କ ପାଇଁ ପ୍ରଥମ ସମନ ଥିଲା । ଉଲ୍ଲେଖଯୋଗ୍ୟ ଯେ ଲଖିମପୁର ଖେରିରେ ଗାଡି ଚଢାଇ ଚାରିଜଣ କୃଷକଙ୍କୁ ମାରିଦେବା ଘଟଣାରେ ଆଶିଷ ମିଶ୍ରଙ୍କ ନାମରେ ଅଭିଯୋଗ ଆସିଛି । ଇତିମଧ୍ୟରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ ସେମାନେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରି ନିଷ୍ପତ୍ତି ନେବେ । ଏହା ଅଜୟ ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ତଥା ତାଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଗିରଫ କରିବାକୁ ଦାବି କରିଆସୁଛି ।
ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ବାହାରିଚ ଯିବା ବାଟରେ କହିଛନ୍ତି ଯେ ଅଜୟ ମିଶ୍ର କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ଉଚିତ । ସେ ଏହା ମଧ୍ୟ କହିଛନ୍ତି ଯେ ସୁପ୍ରିମକୋର୍ଟ ତାଙ୍କ ନିଜ ଆଡୁ ଏହି ଘଟଣାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି । ତେଣୁ କ୍ଷତିଗ୍ରସ୍ତ ପରିବାର ନ୍ୟାୟ ପାଇବେ ବୋଲି ଆଶା କରାଯାଉଛି । ଉତ୍ତର ପ୍ରଦେଶ ପୁଲିସ ପକ୍ଷରୁ କୁହାଯାଇଛି ଯେ ସେମାନେ ଘଟଣାର ତଦନ୍ତ କରୁଛନ୍ତି ଏବଂ ଆଶିଷ ମିଶ୍ରଙ୍କୁ ଖୁବଶୀଘ୍ର ଗିରଫ କରାଯିବ । ତେବେ ମିଳିଥିବା ସୂଚନା ଅନୁଯାୟୀ ଆଶିଷଙ୍କ ମୋବାଇଲ ଫୋନରୁ ତାଙ୍କର ଅବସ୍ଥିତି ଶେଷଥର ପାଇଁ ଭାରତ-ନେପାଳ ସୀମାନ୍ତରେ ଥିବା ଜଣାଯାଇଛି ।
ଅନ୍ୟପକ୍ଷରେ ଶିରୋମଣି ଅକାଳି ଦଳର ଏକ ପ୍ରତିନିଧି ଦଳ ଲଖନଉ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ସେମାନେ ଲଖିମପୁର ଖେରି ଯାଇ ମୃତ କୃଷକଙ୍କ ପରିବାରବର୍ଗଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଶିରୋମଣି ଅକାଳି ଦଳର ହରସିମରତ କୌର ବାଦଲ କହିଛନ୍ତି ଯେ ସେମାନେ କୃଷକଙ୍କ ସହିତ ରହିଛନ୍ତି । ସରକାର କୃଷକଙ୍କ କଥା ଶୁଣୁନାହାନ୍ତି, ଯାହାର ପରିଣତିରେ କୃଷକଙ୍କ ଜୀବନ ଯାଇଛି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଅଜୟ ମିଶ୍ର ଏପର୍ଯ୍ୟନ୍ତ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ନଦେବା ଘଟଣା ପ୍ରମାଣିତ କରୁଛି ଯେ କ୍ଷମତାରେ ଯେଉଁମାନେ ରହିବେ ସେମାନେ ଯାହା ଚାହିଁବେ କରିପାରିବେ ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories