www.samajalive.in
Monday, December 8, 2025
20.1 C
Bhubaneswar

ଷ୍ଟୋକ୍‌ସଙ୍କ ୧୩୫*; ଇଂଲଣ୍ଡର ରୋମାଞ୍ଚକର ବିଜୟ

ହେଡିଂଲି : ଇଂଲଣ୍ଡ ଅଲ୍‌ରାଉଣ୍ଡର ବେନ୍ ଷ୍ଟୋକ୍‌ସ ତାଙ୍କ କ୍ରିକେଟ ଜୀବନର ଶ୍ରେଷ୍ଠ ଇନିଂସ ଖେଳିଛନ୍ତି ରବିବାର। ଷ୍ଟୋକ୍‌ସଙ୍କ ଅପରାଜିତ ୧୩୫ ରନ୍‌ର ଇନିଂସ ବଳରେ ରବିବାର ଆସେସ୍ ସିରିଜ୍‌ର ୩ୟ ଟେଷ୍ଟମ୍ୟାଚ୍‌ରେ ରୋମାଞ୍ଚକର ଭାବେ ଅଷ୍ଟ୍ରେଲିଆକୁ ୧ ୱିକେଟରେ ଇଂଲଣ୍ଡ ପରାସ୍ତ କରିଛି।

୨ୟ ଇନିଂସରେ ୩୫୯ ରନ୍‌ର ପିଛା କରୁଥିବା ଇଂଲଣ୍ଡ ନିୟମିତ ଭାବେ ୱିକେଟ ହରାଇଥିବା ବେଳେ ଅଷ୍ଟ୍ରେଲିଆ ଏହି ମ୍ୟାଚ୍‌ ଜିତି ୨-୦ରେ ଆଗୁଆହୋଇ ଆସେସ୍ ବଜାୟ ରଖିବାର ସମ୍ଭାବନା ସୃଷ୍ଟି ହୋଇଥିଲା। ଇଂଲଣ୍ଡର ଅନ୍ତିମ ବ୍ୟାଟ୍‌ସମ୍ୟାନ୍ ଜ୍ୟାକ୍ ଲିଚ୍ କ୍ରିଜ୍‌କୁ ଆସିବା ବେଳକୁ ଇଂଲଣ୍ଡ ଆହୁରି ୭୩ ରନ୍ ଆବଶ୍ୟକ କରୁଥିଲା। ଏହାପରେ ଷ୍ଟୋକ୍‌ସ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ଏବଂ ଦଳକୁ ଜିତାଇ ପାରିଥିଲେ। ୨୮୬ ରନ୍‌ରେ ୯ମ ୱିକେଟ ହରାଇଥିବା ଇଂଲଣ୍ଡ ୯ ୱିକେଟ ହରାଇ ୩୬୨ ରନ୍‌କରି ବିଜୟୀ ହୋଇଥିଲା। ଇଂଲଣ୍ଡର ଏହି ବିଜୟ ଫଳରେ ସିରିଜ୍ ଏବେ ୧-୧ ସ୍ଥିତିରେ ପହଞ୍ଚିଯାଇଛି।

- Advertisement -

୩ୟ ଦିନ ଶେଷରେ ଇଂଲଣ୍ଡ ୨ୟ ଇନିଂସରେ ୩ ୱିକେଟ ହରାଇ ୧୫୬ ରନ୍ କରିଥିଲା। ଅଧିନାୟକ ଜୋ ରୁଟ୍‌ ଲଢ଼ୁଆ ବ୍ୟାଟିଂ କରିଥିଲେ ଏବଂ ୭ଟି ଚୌକା ସହ ୭୭ ରନ୍‌ କରିଥିଲେ। ଜନି ବେୟାରଷ୍ଟୋଙ୍କ ସହ ବେନ୍ ଷ୍ଟୋକ୍‌ସ ୯୪ ରନ୍ ଯୋଡ଼ି ସ୍ଥିତି ସୁଧାରିଥିଲେ। ବେୟାରଷ୍ଟୋ ୪ଟି ଚୌକା ସହ ୩୬ ରନ୍ କରିଥିଲେ। ଏହାସହ ୪୧ ରନ୍‌ରେ ଇଂଲଣ୍ଡର ୫ଟି ୱିକେଟ ପଡ଼ିଯିବାରୁ ଏହା ପରାଜୟ ଦ୍ବାରରେ ପହଞ୍ଚିିଥିଲା। କ୍ରିସ୍ ୱକ୍‌ସ ଓ ଜୋସ୍ ବଟ୍‌ଲର ୧ ରନ୍ ଲେଖାଏଁ କରି ଆଉଟ ହେବା ପରେ ଜୋଫ୍ରା ଆର୍ଚର ୧୫ ରନ୍ କରିଥିଲେ। ଅବିଭାଜିତ ୧୦ମ ୱିକେଟ ପାଇଁ ଷ୍ଟୋକ୍‌ସ ଓ ଜ୍ୟାକ୍ ଲିଚ୍ ୭୬ ରନ୍ ଯୋଗ କରିଥିବା ବେଳେ ଲିଚ୍ ୧ ରନ୍ କରିଥିଲେ। ଷ୍ଟୋକ୍‌ସ ୨୧୯ ବଲ୍‌ ଖେଳି ୮ଟି ଛକା ଓ ୧୧ଟି ଚୌକା ସହ ୧୩୫ ରନ୍‌କରି ଅପରାଜିତ ଥିଲେ। ଷ୍ଟୋକ୍‌ସ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ। ଜୋସ୍ ହାଜେଲଉଡ୍‌ ୪ଟି ଓ ନାଥାନ୍ ଲାୟନ୍ ୨ଟି ୱିକେଟ ପାଇଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories