ମରାମତି ବାହାନାରେ ମୋବାଇଲ ଚୋରି କରି ଯୁବକ ଗିରଫ

କୁଚିଣ୍ଡା : କୁଚିଣ୍ଡା ବ୍ଲକ କୁଟୁରାଚୁଆଁ ପଞ୍ଚାୟତ ମହୁକୁମାର ଅବସରପ୍ରାପ୍ତ ଶିକ୍ଷକଙ୍କ ଘରକୁ ମାଇକ୍ରୋ ଓଭେନ୍ ସାଜାଇବାକୁ ଆସି ଘରେ ଥିବା ଦୁଇଟି ମୋବାଇଲକ ନେଇ ଫେରାର ମାରିବା ଓ ପରେ ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁଯାଇ ମାଇକ୍ରୋ ଓଭେନ୍ ମରାମତି ସକାଶେ କୁଟୁରାଚୁଆଁ ଗ୍ରାମର ବିନୋଦ ପଟେଲ ସମ୍ବଲପୁର ସର୍ଭିସ କେନ୍ଦ୍ରର ସହାୟତା ନେଇଥିଲେ। କମ୍ପାନୀ ପକ୍ଷରୁ ଜଣକୁ ଉକ୍ତ ଘରକୁ ପଠାଯାଇଥିବା ବେଳେ ଯୁବକ ଜଣକ ମାଇକ୍ରୋ ଓଭେନ ସଜାଇଥିଲେ । ଏଥିପାଇଁ ସେ ୨୩୦୦ଟଙ୍କା ନେଇ ଯାଇଥିଲେ। ମାତ୍ର ପରେ ଶ୍ରୀ ପଟେଲଙ୍କ ଘରେ ଥିବା ଦୁଇଟି ମୋବାଇଲ ନ ପାଇବାରୁ ପୁଲିସକୁ ସୂଚନା ଦେଇଥିଲେ। ଏହି ଘଟଣାରେ କୁଚିଣ୍ଡା ପୁଲିସ ତଦନ୍ତ କରି ଅଭିଯୁକ୍ତ ମହମଦ ଇରସଦ ବନାମ ସୋନୁକୁ ସମ୍ବଲପୁର ଥାନା ଶାଳବଗିଚାରୁ ଗିରଫ କରିଥିଲେ। ତା’ଠାରୁ ଚୋରି ହୋଇଥିବା ଦୁଇ ମୋବାଇଲକୁ ପୁଲିସ ଜବତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

Comments are closed.