www.samajalive.in
Wednesday, December 10, 2025
18.1 C
Bhubaneswar

ଦେଶୀ ମଦ କାରଖାନା ଠାବ ; ୧ହଜାର ଲିଟର ପୋଚ ନଷ୍ଟ, ମହିଳା ଗିରଫ

ବେଗୁନିଆ: କରୋନା ସମୟରେ ଚୋରା ମଦ କାରବାର ବୃଦ୍ଧି ପାଇଥିଲା ବେଳେ ପୁଲିସ ପକ୍ଷରୁ ଚଢାଉ କରାଯାଇ ଏକ ଦେଶୀ ମଦ କାରଖାନା ଠାବ କରାଯାଇଛି। କଣ୍ଟାବାଡ କାଜୁ ଜଙ୍ଗଲରେ ଚଢାଉ ବେଳେ ପୁଲିସ ପ୍ରାୟ ୧ ହଜାର ଲିଟର ପୋଚ ନଷ୍ଟ କରିବା ସହ ୧୦ଲିଟର ଦେଶୀ ମଦ ଓ ମଦ ପ୍ରସ୍ତୁତ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଥିଲା ବେଳେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ କଣ୍ଟାବାଡରେ ବହୁଦିନ ହେବ ଦେଶୀମଦ ପ୍ରସ୍ତୁତ ହୋଇ କେନ୍ଦୁପଲ୍ଲୀ, ତୁଳସୀପୁର, ପୋଡାଡିହ, କୋଟପଲ୍ଲା, ଶିମୋର, ବଡବେରଣା, ବେଗୁନିଆ, ବାଘମାରୀ ଅଞ୍ଚଳର ବେପାରୀଙ୍କୁ ଯୋଗାଇ ଦିଆଯାଉଥିଲା। ଏ ନେଇ ପୁଲିସରେ ଅଭିେଯାଗ ହୋଇ ଆସୁଥିଲେ ମଧ୍ୟ କୌଣସି କାର୍ୟ୍ୟାନୁଷ୍ଠାନ ହେଉ ନ ଥିଲା। ଶନିବାର ବିଶେଷ ସୂତ୍ରରୁ ଖବର ପାଇ ବେଗୁନିଆ ପୁଲିସ ସଦଳବଳେ କଣ୍ଟାବାଡସ୍ଥିତ କାଜୁ ଜଙ୍ଗଲରେ ଚଢାଉ କରି ୧ହଜାର ଲିଟର ପୋଚକୁ ନଷ୍ଟକରିଥିଲା। ଏଥିସହ ରନ୍ଧାହୋଇଥିବା ୧୦ ଲିଟର ଦେଶୀ ମଦ ସହିତ ମଦ ପ୍ରସ୍ତୁତରେ ସାହାଯ୍ୟ କରୁଥିବା ମହିଳା ଦୀପା ସ୍ୱାଇଁକୁ ପୁଲିସ ଗରିଫ କରିଥିବା ବେଳେ ଅନ୍ୟମାନେ ଖସି ପଳାଇଥିଲେ। ମଦ ତିଆରି ସାମଗ୍ରୀ ଡେକଚି, ହାଣ୍ଡି, ଟିଣ, ଜାରକିନି, ପାଇପ, ଜରିପାଲ ଆଦିକୁ ପୁଲିସ ଜବତ କରିଛି। ପୁଲିସ ଏକ ମାମଲା ରୁଜୁ କରି ଅନ୍ୟମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ସୂଚନାେଯାଗ୍ୟ ଯେ ପୂର୍ବରୁ ଏକଡାଳିଆ କାଜୁ ଜଙ୍ଗଲରେ ଚଢାଉ ପୁଲିସ ଲକ୍ଷାଧିକ ଟଙ୍କାର ପୋଚ ନଷ୍ଟ କରିଥିବା ବେଳେ ମଦ ପ୍ରସ୍ତୁତକାରୀଙ୍କୁ ଧରିପାରି ନ ଥିଲା। ସାନପଦର ରାସୋଳ ଗ୍ରାମରୁ ୧୫୦ଲିଟର ଦେଶୀ ମଦ, ପ୍ୟାକିଂ ମେସିନ, ଜେନେରେଟର,ଏକ କାର ସହ ନଗଦ ୧ଲକ୍ଷ ୬୦ହଜାର ଟଙ୍କାଜବତ କରିବା ସହିତ ମିନତୀ ପାଇକରାୟ ନାମକ ଜଣେ ମହିଳାକୁ ଗିରଫ କରାଯାଇଥିଲା। ସବୁଥର ମହିଳାମାନେ ଗିରଫ ହେଉଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଖସି ପଳାଇବାରେ ସମର୍ଥ େହଉଛି। ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି ହେଉଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories