ସିମଳା : ହିମାଚଳ ପ୍ରଦେଶରେ ଭୀଷଣ ବରଫପାତ ଓ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ୩୦୦ଲୋକଙ୍କୁ ବୁଧବାର ଉଦ୍ଧାର କରାଯାଇଛି। ବିଶେଷକରି ଲାହୁଲ ଓ ସ୍ପୀତି ଅଞ୍ଚଳରୁ ଏମାନଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ଅଧିକାଂଶ ଦେଶ-ବିଦେଶର ପର୍ଯ୍ୟଟକ ଥିବା ପ୍ରକାଶ। ଆହୁରି ପ୍ରାୟ ୨୦୦ଲୋକ ବିଭିନ୍ନ ସ୍ଥାନରେ ଅଟକି ରହିଥିବାବେଳେ ସେମାନଙ୍କୁ ଉଦ୍ଧାର ଉଦ୍ୟମ ଅବ୍ୟାହତ ରହିଛି ବୋଲି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ସୂତ୍ରରୁ ଜଣାପଡ଼ିଛି। ଉଦ୍ଧାର କାର୍ଯ୍ୟରେ ଭାରତୀୟ ବିମାନବାହିନୀ, ସୀମାନ୍ତ ରାସ୍ତା ପ୍ରତିଷ୍ଟାନ(ବିଆରଓ) ନିୟୋଜିତ ଅଛନ୍ତି। ବିମାନବାହିନୀ ହେଲିକପ୍ଟର ଯୋଗେ କୋକସାର ଓ ବାରାଲାଚା ଭଳି ସ୍ଥାନରୁ ଲୋକଙ୍କୁ ଉଦ୍ଧାର କରାଯାଇଛି। ଇତିମଧ୍ୟରେ ଚଣ୍ଡିଗଡ଼-ମାନାଲି ରାଜପଥ ସହିତ ୬୦୦ରୁ ଊର୍ଦ୍ଧ୍ବ ରାସ୍ତା ସଫା କରାଯାଇ ଯାତାୟାତ ଉପଯୋଗୀ କରାଗଲାଣି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପାଣିପାଗ ଅନେକ ପରିମାଣରେ ସୁଧୁରିଛି ଓ ଗୁରୁବାର ସୁଦ୍ଧା ପରିସ୍ଥିତି ସାଧାରଣ ହେବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି।
Popular Categories



