www.samajalive.in
Saturday, December 6, 2025
26.1 C
Bhubaneswar

ଅର୍ଣ୍ଣବ ଗୋସ୍ୱାମୀ ‌ଗିରଫ ଘଟଣା; ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ଉପରେ ଆକ୍ରମଣ ବୋଲି କହିଲେ ଗୃହମନ୍ତ୍ରୀ ଅମିତ ଶାହା

ମୁମ୍ବଇ: ଜାତୀୟ ଗଣମାଧ୍ୟମ ରିପବ୍ଲିକ୍ ଟିଭିି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ବୁଧବାର ମୁମ୍ବଇ ପୁଲିସ୍‌  ଗିରିଫ କରିଛି। ଅର୍ଣ୍ଣବଙ୍କ ବାସଭବନ ଭିତରୁ ପୁଲିସ୍‌ ଜୋର ଦବରଦସ୍ତ ପଶି ତାଙ୍କୁ ଉଠାଇ ନେଇଥିବା ବେଳେ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଛି।

ମୁମ୍ବଇ ପୁଲିସର ଆଚରଣକୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ନିନ୍ଦାକରିଛନ୍ତି। ପ୍ରେସ ପ୍ରତି ଏପରି ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି କହିବା ସହ ଏହା ଜରୁରୀକାଳୀନ ସ୍ଥିତି କଥା ମନେ ପକାଇ ଦେଉଛି ବୋଲି  ସେ କହିଛନ୍ତି ।

- Advertisement -

ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୁଦ୍ଧରେ ମହାରାଷ୍ଟ୍ର ସରକାର ନିଜ ଶକ୍ତିର ଅପବ୍ୟବହାର କରି ବ୍ୟକ୍ତିଗତ ସ୍ୱାଧୀନତା ଏବଂ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର କଣ୍ଠରୋଧ ପାଇଁ ଆକ୍ରାମଣ କରାଯାଉଛି ବୋଲି ଗୃହମନ୍ତ୍ରୀ ଅମିତ ଶାହା ନିଜେ ଟ୍ବିଟ କରି କହିଛନ୍ତି। ଏହା ଆମକୁ ଜରୁରୀକାଳୀନ ପରିସ୍ଥିତିକୁ ମନେ ପକାଉଛି। ଏହି ଆକ୍ରମଣ ମୁକ୍ତ ପ୍ରେସ୍ ଉପରେ ନିଶ୍ଚିତ ଭାବରେ ଚାପ ପକାଉଛି ବୋଲି ସେ ଟ୍ବିଟରେ ଉଲ୍ଲେଖ କରିଛନ୍ତି ।

ସହିପରି , ଅର୍ଣ୍ଣବଙ୍କ ପ୍ରତି ପୁଲିସର ବ୍ୟବହାରକୁ ରବିଶଙ୍କର ପ୍ରସାଦ ନିନ୍ଦା କକରିଛନ୍ତି। ସେ ମଧ୍ୟ ୧୯୭୫ରେ ଜରୁରୀକାଳୀନ ସ୍ଥିତି କଥା ମନେ ପକାଇ ଦେଉଛି ବୋଲି କହିଛନ୍ତି।

ସୂଚନା ଅନୁଯାୟୀ, ୨୦୧୮ ମସିହାର ଏକ ମାମଲାରେ ଅର୍ଣ୍ଣବଙ୍କୁ ଗିରିଫ କରାଯାଇଛି। ମହାରାଷ୍ଟ୍ରର ରାୟଗଡ଼ ଜିଲାର ଏକ ମାମଲାରେ ଗିରଫ ହୋଇଥିବା ଜଣାପଡ଼ିଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories