www.samajalive.in
Monday, December 8, 2025
27.1 C
Bhubaneswar

ବନ କର୍ମଚାରୀଙ୍କୁ ବନ୍ଧୁକ ଚାଳନା ଓ ସୁରକ୍ଷା ସମ୍ପର୍କିିତ ତାଲିମ

କେନ୍ଦୁଝରଗଡ଼: ନିକଟରେ ରାଜ୍ୟ ସରକାର ବନ ବିଭାଗ କର୍ମଚାରୀଙ୍କୁ ବନ୍ଧୁକ ବ୍ୟବହାର ନିମନ୍ତେ ଆଦେଶ ପ୍ରଦାନ ପରେ ବନ ବିଭାଗ ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଇଛି। କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ୍‌‌.ଡି.ଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର କେନ୍ଦୁଝର ଷ୍ଟାଡିୟମଠାରେ କେନ୍ଦୁଝର ସଦର, ଭୂୟାଁ ଜୁଆଙ୍ଗ ପୀଢ଼ ଓ ବଡବିଲ ବନାଞ୍ଚଳର ଅଧିକାରୀ, ବନପାଳ ଓ ବନରକ୍ଷୀଙ୍କୁ ମିଶାଇ ମୋଟ ୩୫ଜଣ ବନ କର୍ମଚାରୀଙ୍କୁ ବନ୍ଧୁକ ଚାଳନା ଓ ସୁରକ୍ଷା ସମ୍ପର୍କିିତ ତାଲିମ ପ୍ରଦାନ କରାଯାଇଛି। ଜିଲା ପୁଲିସ ବିଭାଗର ଆର୍ମୋର ହାବିଲଦାର ଆସୁସ୍ଥ କୁମାର ନାଏକ ପ୍ରଶିକ୍ଷଣରେ ସାମିଲ ୩୫ଜଣ ବନ କର୍ମଚାରୀଙ୍କୁ କିଭଳି ବନ୍ଧୁକ ଚାଳନା କରାଯିବ ଏବଂ ବନ୍ଧୁକର ସୁରକ୍ଷା ଓ ବ୍ୟବହାର ସମ୍ପର୍କିିତ ତାଲିମ ପ୍ରଦାନ କରିଥିଲେ। କେନ୍ଦୁଝର ଏବଂ ଭୂୟାଁ ଜୁଆଙ୍ଗ ପୀଢ଼ ବନାଞ୍ଚଳ ଅଧିକାରୀ ବିଜୟ କୁମାର ମହାନ୍ତ ଓ ବଡବିଲ ବନାଞ୍ଚଳ ଅଧିକାରୀ ରଞ୍ଜନ କାଲୋଙ୍କ ନେତୃତ୍ୱରେ ବନପାଳ ଓ ବନରକ୍ଷୀ ତାଲିମ ଗ୍ରହଣ କରିଥିବା ବେଳେ ଆଗକୁ ପର୍ଯ୍ୟାୟକ୍ରମେ ଜିଲାର ସମସ୍ତ ବନ କର୍ମଚାରୀଙ୍କୁ ଏହି ତାଲିମ ପ୍ରଦାନ କରାଯିବ ବୋଲି ଡିଏଫଓ ଧନରାଜ ଏଚ୍‌‌.ଡି କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories