www.samajalive.in
Monday, December 8, 2025
20.1 C
Bhubaneswar

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି-ତୁରେକେଲାରୋଡ଼ ଷ୍ଟେସନ ମଧ୍ୟରେ ମହୁଲବାହଳି ଗାଁ ନିକଟ ରେଳ ଧାରଣାରୁ ମଙ୍ଗଳବାର ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରିଛି ଜିଆରପି। ମୃତ ଯୁବକ ଲର୍କି ଗାଁର ଦିଲିପ ସେଠ(୨୩) ବୋଲି ଜଣାପଡ଼ିଛି। ଖବର ପାଇ ଜିଆରପି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପଞ୍ଚନାମା କରି ସ୍ଥାନୀୟ କଣ୍ଟାବାଞ୍ଜି ଡାକ୍ତରଖାନାରେ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି। ଏଥିସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପ୍ରାପ୍ତ ସୂଚନା ସୂଚନା ମତେ, ଲର୍କି ଗାଁର ଦିଲିପ ଗତକାଲି ସନ୍ଧ୍ୟା ସମୟରେ ଶ୍ବଶୁର ଘର ବେଲପଡା ଥାନା ଘାଗୁର୍ଲି ଗ୍ରାମକୁ ଯାଇଥିବା ନିଜ ସ୍ତ୍ରୀ ସହ ମୋବାଇଲ ଫୋନ ଯୋଗେ କଥାହୋଇ ଘରକୁ ଫେରିବା ପାଇଁ କହିଥିଲେ। କିନ୍ତୁ ଦିଲିପଙ୍କ ସ୍ତ୍ରୀ ଦିନେ ଦୁଇଦିନ ପରେ ଯିବାକୁ କହିଥିଲେ। ଦିଲିପ ମଦ୍ୟ ପାନ କରିଥିବାରୁ ନିଜର ମୋବାଇଲ କଚାଡି ଭାଙ୍ଗି ଦେଇଥିଲେ। ବାପା ମନଫୁଲ ସେଠ ଓ ପରିବାର ଲୋକେ ବୁଝା ସୁଝା କରିବା ପରେ ମଧ୍ୟ ବୁଝି ନଥିଲେ ଦିଲିପ। ପରେ ସୋମବାର ରାତି ପ୍ରାୟ ୮.୩୦ସମୟରେ ଘରୁ ବୁଲିବା ପାଇଁ ଯାଇ ଆଉ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରି ପାଇନଥିଲେ। ପରେ ମହୁଲ ବାହାଲି ଗାଁ ନିକଟ ରେଳ ଧାରଣାରେ କାର୍ଯ୍ୟରତ ଗ୍ୟାଙ୍ଗ କୁଲି ଦିଲିପଙ୍କ ମୃତଦେହ ଦେଖିବା ପରେ ଜିଆରପିକୁ ଖବର ଦେଇଥିଲେ। ତେବେ ସେ ନିଶାସକ୍ତ ଅବସ୍ଥାରେ ଚଳନ୍ତା ଟ୍ରେନ ଆଗକୁ ଡେଇଁ ପଡି ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories