www.samajalive.in
Monday, December 8, 2025
24.1 C
Bhubaneswar

ସୁଭଦ୍ରା ଯୋଜନା ଆଇଡି ହ୍ୟାକକୁ ନେଇ ଦ୍ବନ୍ଦ୍ବରେ ହିତାଧିକାରୀ

ଆରଡ଼ି: ସୁଭଦ୍ରା ଯୋଜନାକୁ ନେଇ ନୂଆ ଦ୍ଵନ୍ଦ୍ଵ। ମୋ ସେବାକେନ୍ଦ୍ରରେ ମହିଳା ହିତାଧିକାରୀ ନିଜ ଆଧାର ଓ ବ୍ୟାଙ୍କ ଆକାଉଣ୍ଟରେ ଫର୍ମ ଦାଖଲ କଲେ ଅନ୍ୟ ରାଜ୍ୟ ଅର୍ଥାତ ତ୍ରିପୁରା, ଆନ୍ଧ୍ର, ରାଜସ୍ଥାନ, ଗୁଜରାଟ, ସିକ୍କିମ ଆଦି ଗ୍ରାମ୍ୟ ଓ ନେସନାଲ ବ୍ୟାଙ୍କର ଆଇଡି ଦର୍ଶାଉଛି। ଏପରି ଘଟଣାକୁ ନେଇ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଏ ବାବଦରେ ମୋ ସେବାକେନ୍ଦ୍ରର କର୍ମଚାରୀଙ୍କୁ ପଚାରିଲେ ସେ ମଧ୍ୟ ସମାନ କଥା କହିଛନ୍ତି। ଏପରିକି କେହି ଦୃର୍ବୃତ୍ତ ସୁଭଦ୍ରା ଆଇଡିକୁ ହ୍ୟାକ କରି ନିଜ ଆଇଡିରେ ଏହାକୁ ହଡ଼ପ କରିବା ପାଇଁ ମସୁଧା ଚଳାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏଥିପ୍ରତି ତୁରନ୍ତ ସରକାର ପଦକ୍ଷେପ ନେବା ସହିତ ଫେକ୍ ଆଇଡିକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି ମୋ ସେବାକେନ୍ଦ୍ରର କର୍ମଚାରୀ ଓ ହିତାଧିକାରୀ। ସୁଭଦ୍ରା ଫର୍ମ ଦାଖଲ ପାଇଁ ଦୀର୍ଘ ତିନିଦିନ ହେବ ଆରଡ଼ି ସମେତ ଓଳଗ, ସୁନ୍ଦରପୁର, ନାନ୍ଦପୁର ପଞ୍ଚାୟତର ଶତାଧିକ ମହିଳା ବିଭିନ୍ନ ମୋ ସେବାକେନ୍ଦ୍ର ଓ ଆଧାରକେନ୍ଦ୍ରରେ ରାତିଦିନ ଲାଇନ ଲଗାଇ ଅପେକ୍ଷା କରୁଥିଲେ ମଧ୍ୟ ଦୀର୍ଘ ସମୟ ଧରି ସାଇଟ୍‌ ଖୋଲୁନଥିବାବେଳେ ଏବେ ଅନ୍ୟ ରାଜ୍ୟର ବ୍ୟାଙ୍କ ଆକାଉଣ୍ଟ ଆଇଡି ଦେଖାଉଛି, ଯାହାକୁ ନେଇ ଦ୍ବନ୍ଦରେ ପଡ଼ିଛନ୍ତି ହିତାଧିକାରୀ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories