www.samajalive.in
Monday, December 8, 2025
20.1 C
Bhubaneswar

ଆଖଣ୍ଡଳମଣି ବିବାହ ଉତ୍ସବ ପାଇଁ ଶେଷହେଲା ମଙ୍ଗଳକୃତ୍ୟ

ଆରଡି: ମଣିକ୍ଷେତ୍ର ଆରଡି ଧାମର ବାବା ଆଖଣ୍ଡଳମଣିଙ୍କ ଚଳିତ ବିବାହ ଉତ୍ସବ ନିମନ୍ତେ ଗୁରୁବାର ପୂର୍ବପ୍ରସ୍ତୁତି ଅନୁଯାୟୀ ମଙ୍ଗଳକୃତ୍ୟ(ମଙ୍ଗନ) କାର୍ଯ୍ୟ ବୈଦିକ ରୀତିନୀତି ଓ ଲୈାକିକ ଚାରରେ ବର ଓ କନ୍ୟା ପିତା ମାତାଙ୍କ ପକ୍ଷରୁ ସମ୍ପନ୍ନ ହୋଇଥିବା ବେଳେ ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହେବେ ଦେବଦମ୍ପତ୍ତି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ ମନ୍ଦିରର ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ ହେବ ବୋଲି ସେବାୟତମାନେ ପ୍ରକାଶ କରିଛନ୍ତି।

ବିଶେଷକରି ଦେବଦମ୍ପତିଙ୍କ ଯୁଗଳ ମୂର୍ତ୍ତୀକୁ ଦର୍ଶନ କରିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତମାନଙ୍କର ସମାଗମ ହେବ ପୀଠରେ। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି ପୀଠରେ। ଗତ ଦୁଇଦିନ ଧରି ପୀଠରେ ଲାଗି ରହିଛି ଶ୍ରଦ୍ଧାଳୁ ଭକ୍ତମାନଙ୍କର ଭିଡ,ଏହି ବିବାହ ଉତ୍ସବରେ ହରହର ମହାଦେବ ଆଖଣ୍ଡଳମଣି ସାଜିବେ ବର ହିମାଳୟ ନନ୍ଦିନୀ ତଥା ଦକ୍ଷରାଜାଙ୍କ କନ୍ୟା ମାତା ପାର୍ବତୀ ସାଜିବେ କନ୍ୟା। ଏଥିସହ ପବନ ପୁତ୍ର ହନୁମାନ ସାଜିବେ ବରଧରା ସମ୍ପୁର୍ଣ୍ଣ ବୈଦିକ ଓ ଲୋକାଚାରରେ ଅନୁଷ୍ଠିତ ହେବ ଏହି ବିବାହ ଉତ୍ସବ।

- Advertisement -

ଶୁକ୍ରବାର ସମସ୍ତ ସକାଳ ନୀତିକାନ୍ତି ୧୦ଟା ସୁଧା ସମ୍ପନ୍ନ ହେବା ପରେ ଦିବା ୧୧ଟାରେ କନ୍ୟାପିତାଙ୍କ ଘରୁ ପବନ ପୁତ୍ର ହନୁମାନ ବରଧରା ସାଜି ଏକ ବିରାଟ ପଟୁଆର ସହ ଶୋଭାଯାତ୍ରାରେ ବାହାରିବେ ବରପିତାଙ୍କ ଘର ଅଭିମୁଖେ। ତାହସହ ଅପରାହ୍ନ ୪ଟାରେ ବାବାଙ୍କୁ ରାଜରାଜେଶ୍ୱର ବେଶରେ ସଜ୍ଜିତ କରାଯିବା ସହ ମାତା ପାର୍ବତୀଙ୍କୁ ରାଜରାଜେଶ୍ୱରୀ ବେଶରେ ସଜ୍ଜିତ କରାଯିବ। ପରେ ଅପରାହ୍ନ ୫ଟାରେ ଦିଅଁ ମଙ୍ଗୂଳା କାର୍ଯ୍ୟ ଓ ସଂଧ୍ୟା ୭ଟାରେ ଏକ ବିରାଟ ଶୋଭାଯାତ୍ରାରେ ମଣିବାବାଙ୍କ ଚଳନ୍ତି ପ୍ରତିମା ହର ଗମନ କରିବେ କନ୍ୟାପିତାଙ୍କ ଘରକୁ। ଏହି ଗମନରେ ସମସ୍ତ ଦେବାଦେବୀଙ୍କ ସହ ଭୁତପିଶାଚ ଓ ମାନବ ବରଯାତ୍ରୀ ଭାବେ ମଣିବାବାଙ୍କ ସାଥିରେ ଯିବେ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories