www.samajalive.in
Thursday, December 11, 2025
23.1 C
Bhubaneswar

ବୁଲବୁଲଝଡର ୨୧ଦିନ ପରେବି କ୍ଷେତରେ ପଚୁଛି ପାଚିଲାଧାନ : ମଟରପମ୍ପ ଦ୍ୱାରା ଜଳନିଷ୍କାସନ

ଆରଡି : ଚଳିତମାସ ନଭେମ୍ବର ୯ ତାରିଖରେ ହୋଇଥିବା ସାମୁଦ୍ରିକ ଝଡ ବୁଲବୁଲ ଅଧିକରୁ ଅଧିକ ମାତ୍ରାରେ ତାଣ୍ଡବ ରଚିଥିଲା ଭଦ୍ରକ ଜିଲାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଭାବେ ପରିଚିତ ଚାନ୍ଦବାଲି ବ୍ଲକରେ। ବିଶେଷକରି ଆରଡି, ନାନ୍ଦପୁର, ଓଳଗ ଓ ସୁନ୍ଦରପୁର ଗାଁ ସମେତ ୨୪/୨୫ଖଣ୍ଡ ଗାଁର ବୁଲବୁଲ ଝଡ ଭାଙ୍ଗି ଦେଇଥିଲା ଚାଷୀଙ୍କ ମେରୁଦଣ୍ଡ। ପାଣିପାଗର ପୂର୍ବାନୁ ଅନୁଯାୟୀ ପବନର ବେଗ ଅଧିକ ହୋଇଥିବାରୁ ଅମଳ ହେବାକୁ ଥିବା ପାଚିଲା ଧାନ କ୍ଷେତରେ ଲୋଟିବା ସହ ଅବିଶାନ୍ତ ବର୍ଷାରେ ବୁଡି ଯାଇଥିଲା। ଇତି ମଧ୍ୟରେ ବୁଲବୁଲ ଝଡ ଛାଡିବାର ୨୧ଦିନ ବିତିଯାଇଥିଲେ ମଧ୍ୟ ଖାଲୁଆ ଅଞ୍ଚଳର ଜମିରେ ବର୍ଷାପାଣି ଲହଡି ଭାଙ୍ଗୁଛି। କେତକ ସ୍ଥାନରେ କ୍ଷେତ ଶୁଖି ଯାଇଥିବାରୁ ଚାଷୀ ତାର ଉଜୁଡା କ୍ଷେତରୁ ବଳକା ଧାନକୁ ଅମଳ କରୁଥିବା ବେଳେ ଅନ୍ୟପଟେ ବହୁ ସ୍ଥାନରେ ଦୀର୍ଘଦିନ ଧରି ପାଚିଲା ଧାନ କ୍ଷେତରେ ପାଣି ଜମି ରହିଥିବାରୁ ତାହା ଏବେ ପଚିବାରେ ଲାଗିଲାଣି। ଏପରି ସ୍ଥିତି ଦେଖି ଚାଷୀ ଅମଳ ଆଶାରେ ମଟର ଚାଳିତ ପମ୍ପ ଦ୍ୱାରା ଜଳନିଷ୍କାସନ କରୁଥିଲେ ମଧ୍ୟ ଧାନଥୋଡ ପଚି କଳା ପଡିଯାଇଛି। ଏହି ଅଞ୍ଚଳର ଧାନଚାଷ ମୁଖ୍ୟ ଫସଲ ହୋଇଥିବାରୁ ୯୦ଭାଗ ଲୋକ ଚାଷ ଉପରେ ନିର୍ଭର କରି ଚଳିଥାନ୍ତି। ହେଲେ ବୁଲବୁଲ ଚାଷିମାନଙ୍କର ବର୍ଷକର ଅମଳ ଉଜାଡି ଦେଇଥିବାରୁ ଏବେ ଶହଶହ ଚାଷୀ ଋଣଭାରରେ ଭାଙ୍ଗି ପଡିଛନ୍ତି। ଗୋଟିଏ ପଟେ କ୍ଷେତରୁ ବର୍ଷାପାଣି ଶୁଖିନଥିବା ବେଳେ ଅନ୍ୟପଟେ ଅମାବାସ୍ୟା ଓ ପୁର୍ଣ୍ଣିମା ଜୁଆର ପାଣି କ୍ଷେତରେ ପ୍ରବେଶ କରିବାରେ ଲାଗିଛି। ଯାହାକୁ ନେଇ ଚାଷୀମାନେ କିଛିଦିନ ତଳେ ନଈଯୋରର ବନ୍ଧ ବାନ୍ଧି ଥିଲେ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories