www.samajalive.in
Tuesday, December 9, 2025
17.1 C
Bhubaneswar

ବିଜେପି ବିରୋଧୀ ରଣନୀତି: ପାୱାରଙ୍କ ବାସଭବନରେ ଏକାଠି ହେଲେ ବିରୋଧୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜେପିକୁ ମାତ୍‌ ଦେବା ଲାଗି ବିରୋଧୀ ଦଳଗୁଡ଼ିକ ରଣନୀତି ଆରମ୍ଭ କରିଛନ୍ତି। ଆମ ଆଦମୀ ପାର୍ଟି(ଆପ୍‌) ପକ୍ଷରୁ ବିରୋଧୀ ଦଳଗୁଡ଼ିକୁ ନେଇ ଏକ ସମାବେଶ କରାଯିବା ପରେ ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ବାସଭବନରେ ବିରୋଧୀମାନେ ଏକାଠି ହୋଇ ବୈଠକ କରିଛନ୍ତି। ଏଥିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଆମ୍‌ ଆଦମୀ ପାର୍ଟି(ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ନ୍ୟାଶନାଲ କନଫରେନ୍ସର ଫାରୁକ ଅବଦୁଲ୍ଲା, ଟିଏମସି ମୁଖ୍ୟ ମମତା ବାନାର୍ଜୀ ପ୍ରମୁଖ ଯୋଗଦେଇଥିଲେ। ନିର୍ବାଚନ ପୂର୍ବରୁ ସେମାନଙ୍କ ଦଳ ମଧ୍ୟରେ ମେଣ୍ଟ କରିବା ଲାଗି ବୈଠକରେ ନିଷ୍ପତ୍ତି ହେବା ସହ ଆଗାମୀ ଦିନରେ କି ପ୍ରକାର କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ସେ ନେଇ ଆଲୋଚନା ହୋଇଛି। କେନ୍ଦ୍ର ସରକାରଙ୍କ ବିରୋଧରେ ମହାମେଣ୍ଟ କରିବାକୁ ଅନେକ ଥର ବିରୋଧୀମାନେ ପ୍ରୟାସ କରିଛନ୍ତି। କିନ୍ତୁ ତାହା ସଫଳ ହୋଇପାରିନାହିଁ, ଯେଉଁଥିପାଇଁ ଜନସାଧାରଣଙ୍କର ମଧ୍ୟ ମେଣ୍ଟ ଉପରେ ଭରସା ପାଉନାହିଁ। ତେଣୁ ବିରୋଧୀଙ୍କ ମହାମେଣ୍ଟକୁ ଲୋକପ୍ରିୟ କରିବା ସହ ସାଧାରଣ ଜନତାଙ୍କ ନିକଟରେ ଆସ୍ଥାଭାଜନ ହେବା ଲାଗି ଏହି ବୈଠକ କରାଯାଇଥିବା କୁହାଯାଉଛି। ଆମ ଆଦମୀ ପାର୍ଟି ପକ୍ଷରୁ ବିରୋଧୀ ଦଳଗୁଡ଼ିକୁ ନେଇ ହୋଇଥିବା ସମାବେଶରେ  ସିପିଏମ୍‌, ସିପିଆଇ ନେତାମାନଙ୍କ ସହ ଅନ୍ୟ ବିରୋଧୀ ଦଳର ନେତାମାନେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ କଡ଼ା ସମାଲୋଚନା କରିଥିଲେ। ବୈଠକରେ ପରେ ରାହୁଲ ଏବଂ ପାୱାରଙ୍କ ମଧ୍ୟରେ ଅନ୍ୟ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ମହାରାଷ୍ଟ୍ରରେ ଉଭୟ ଦଳ ମଧ୍ୟରେ ଆସନ ଭାଗବଣ୍ଟା ନେଇ ଆଲୋଚନା ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories