www.samajalive.in
Tuesday, December 9, 2025
16.1 C
Bhubaneswar

ଶାହାଙ୍କ ‘‘ପ୍ରହାର-୩’’: ଖରାଦିନ ପୂର୍ବରୁ ଦେଶର ୩ ରାଜ୍ୟରୁ ନକ୍ସଲ ନିପାତ ଲକ୍ଷ୍ୟ

ନୂଆଦିଲ୍ଲୀ: ଦେଶରୁ ନକ୍ସଲବାଦ ବା ମାଓବାଦକୁ ସମ୍ପୂର୍ଣ ମୂଳୋତ୍ପାଟନ କରାଯିବ । ନକ୍ସଲ ପ୍ରଭାବିତ ୫ ରାଜ୍ୟ ସହ ବୈଠକ ଅବସରରେ ଏପରି ଯୋଜନା ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା । ଆସନ୍ତା ଗ୍ରୀଷ୍ମ ଋତୁ ପୂର୍ବରୁ ୩ଟି ରାଜ୍ୟରୁ ନକ୍ସଲଙ୍କୁ ସମ୍ପୂର୍ଣ ବିଲୋପ କରିବାକୁ ଶାହା ଆରମ୍ଭ କରିଛନ୍ତି ନୂଆ ମିଶନ ‘‘ ପ୍ରହାର-୩’’ ।

ମାଓବାଦ ସମସ୍ୟାର ମୁକାବିଲା ଲାଗିଅନୁଷ୍ଠିତ ବୈଠକରେ ପ୍ରଭାବିତ ରାଜ୍ୟଗୁଡ଼ିକରେ କି ସମସ୍ୟା ରହିଛି ତାହା ନେଇ ଶ୍ରୀ ଶାହା ଅନୁଧାନ କରିଥିଲେ । ଏଥିରେ ସମ୍ପୃକ୍ତ ରାଜ୍ୟଗୁଡ଼ିକର ଉଚ୍ଚସ୍ତରୀୟ ଅଧିକାରୀ, ସାମରିକ ଅଧିକାରୀ, ଗୁଇନ୍ଦା ବିଭାଗ ଅଧିକାରୀମାନେ ଯୋଗ ଦେଇଥିଲେ । ନାମ ଗୋପନ ରଖିବା ସର୍ତରେ ଜଣେ ସିଆରପିଏଫ୍ ଅଧିକାରୀ କହିଛନ୍ତି ଯେ ଆସନ୍ତା ଗ୍ରୀଷ୍ମ ଋତୁ ପୂର୍ବରୁ ବିହାର, ଝାଡ଼ଖଣ୍ଡ, ମହାରାଷ୍ଟ୍ରରୁ ମାଓବାଦୀଙ୍କ ଗହ ହଟାଇବା ଲକ୍ଷ୍ୟ ରଖାଯାଇଛି ।

- Advertisement -

ଶାହାଙ୍କ ସମୀକ୍ଷା ବୈଠକରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି ।   ସିପିଆଇ-ମାଓବାଦୀଙ୍କ ଦକ୍ଷିଣ ସବ-ଜୋନାଲ ବ୍ୟୁରୋ ପକ୍ଷରୁ ପ୍ରକାଶିତ ଏକ ବିବୃତିରେ କୁହାଯାଇଛି ନଭେମ୍ବର ୨୦୨୦ରୁ ୨୦୨୧ ଜୁନ ମାସ ମଧ୍ୟରେ ଛତିଶଗଡ଼ରେ ପ୍ରହାର-୩ ନାମକ ଏକ ଯୋଜନା କାର୍ଯ୍ୟକାରୀ କରାଯାଇଛି ।

ଅନ୍ୟପକ୍ଷରେ କେଉଁଠି ଓ କିପରି ଭାବରେ ମାଓବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ସେ ସମ୍ପର୍କରେ ଅପରେସନ ସହ ଜଡ଼ିତ ବରିଷ୍ଠ ପରାମର୍ଶଦାତା ବିଜୟ କୁମାର ମନା କରିଦେଇଛନ୍ତି । ରାଜ୍ୟ ଓ କେନ୍ଦ୍ରୀୟ ବାହିନୀ ମିଳିମିଶି କାର୍ଯ୍ୟ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ପରାମର୍ଶ ଦେଇଥିବା ଉଲ୍ଲେଖକରି ଯେଉଁ ରାଜ୍ୟଗୁଡ଼ିକ ମାଓ କାର୍ଯ୍ୟକଳାପ ରୋକିବାକୁ ସକ୍ଷମ ହେଉ ନାହାନ୍ତି ସେଗୁଡ଼ିକ କିପରି ଅଧିକ ସହାୟତା ଦିଆଯାଇ ପାରିବ ସେ ନେଇ ଯୋଜନା ପ୍ରସ୍ତୁତ କରାଯାଉଥିବା ବିଜୟ କୁମାର କହିଛନ୍ତି ।

ତେବେ ମାଓ କାର୍ଯ୍ୟକଳାପ ରୋକିବା କାର୍ଯ୍ୟକ୍ରମ ପ୍ରଥମେ ଛତିଶଗଡ଼ରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକର ଠିକ୍ ପରେପରେ ବିଜୟ କୁମାର ଛତିଶଗଡ଼ର ବସ୍ତର ଅଭିମୁଖେ ଯାତ୍ରା କରିଥିଲେ ଓ ସେଠା​ରେ ସେ ରାଜ୍ୟ ଓ ସିଆରପିଏଫର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଛତିଶଗଡ଼ରେ ମାଓବାଦୀମାନେ ଜନସାଧାରଣଙ୍କୁ ପ୍ରଭାବିତ, ପ୍ରଲୋଭିତ ଓ ଭୟଭୀତ କରି ମାଓ କାର୍ଯ୍ୟକଳାପରେ ଲଗାଉଥିବା ସୂଚନା ମିଳିଛି ବୋଲି ବିଜୟକୁମାର କହିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories