www.samajalive.in
Tuesday, December 9, 2025
15.1 C
Bhubaneswar

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପରିଚାଳନା ପ୍ରଶଂସନୀୟ

ଭୁବନେଶ୍ୱର : ସାରା ବିଶ୍ବରେ କରୋନା ଭୂତାଣୁ ନିଜର କାୟା ବିସ୍ତାର କରିଚାଲିଛି। ତେବେ ଓଡ଼ିଶାରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏହାର ସଫଳ ପରିଚାଳନା କରାଯାଇପାରିଛି। କରୋନା ଭୂତାଣୁ ପ୍ରତିହତ ପାଇଁ ସଫଳ ମୁକାବିଲା ଓ ଏହାର ସଠିକ୍‌ ପରିଚାଳନା ଲାଗି ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଡ.ଷ୍ଟାଲିନ ମିଶ୍ର ସରକାର ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ନବୀନ ସରକାରଙ୍କ ବିଭିନ୍ନ ଜନହିତକର ପଦକ୍ଷେପରେ ମହାସଭା ସରକାରଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ରାଜ୍ୟ କାର୍ଯ୍ୟକାରୀ ସଭାପତି ଡ.ଚିତ୍ତରଞ୍ଜନ ମହାନ୍ତି ଆଗାମୀ ଦିନରେ ସଂଗଠନକୁ ରାଜ୍ୟବ୍ୟାପୀ ବ୍ୟାପକ କରିବାକୁ ପ୍ରାଥମିକତା ଦେବାକୁ କହିଛନ୍ତି।

ଅଖିଳ ଭାରତ ହିନ୍ଦୁ ମହାସଭା ଓଡ଼ିଶା ଶାଖା ପକ୍ଷରୁ ଭୁବନେଶ୍ୱରରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାସଭାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଡ.ଷ୍ଟାଲିନ ମିଶ୍ର, ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷା ଗୀତା ଚୟିନୀ, ପ୍ରଦେଶ କାର୍ଯ୍ୟକାରୀ ଅଧ୍ୟକ୍ଷ ଡ. ଚିତ୍ତରଞ୍ଜନ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ହିିନ୍ଦୁ ମହାସଭାର ଅନେକ ରାଜ୍ୟ କର୍ମକର୍ତ୍ତାମାନେ ମଧ୍ୟ ଯୋଗ ଦେଇଥିଲେ। ସବରକର, ମଦନ ମୋହନ ମାଲବ୍ୟ, ଲାଲା ଲାଜପତ ରାୟ ତଥା ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପରି ମହାମନିଷୀମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଦଳ ମହାସଭାକୁ ଓଡ଼ିଶାର ପୁରପଲ୍ଲୀରୁ ଦିଲ୍ଲୀ ଯାଏ ଘରେ ଘରେ ପରିଚିତ କରାରଇବା ପାଇଁ ତଥା ଆଗାମୀ ଦିନରେ ସଂଗଠନକୁ ମଜଭୁତ କରିବା ପାଇଁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଡ. ମିଶ୍ର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମରେ ରାଜ୍ୟ ସଚିବ ବିଜୟ ଆଚାର୍ଯ୍ୟ, ରାଜ୍ୟ ଉପାଧ୍ୟକ୍ଷ ଆନନ୍ଦ ଶତପଥୀ, ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ସୌଦାମିନୀ ଚୌଧୁରୀ, ବିଶ୍ୱଜିତ ଦାଶ, ପ୍ରବୋଧ ପ୍ରଧାନ, ଭକ୍ତଚରଣ ଦାସ ଓ ସୌମ୍ୟରଞ୍ଜନ ପଣ୍ଡାଙ୍କୁ ବିଭିନ୍ନ ପଦପଦବୀରେ ନିଯୁକ୍ତ କରାଯାଇଥିଲା। ରାଜ୍ୟ ସଂଯୋଜକ ତଥା ଓଡ଼ିଶା ​‌କ୍ଷେତ୍ରିୟ କାର୍ଯ୍ୟାଳୟ ସମ୍ପାଦକ ପୂର୍ଣ୍ଣାନନ୍ଦ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories