ନୂଆଦିଲ୍ଲୀ : ଅନୁପ୍ରବେଶକାରୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବରରେ ସ୍ବର ମିଶାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ୨୦୧୯ରେ ମୋଦୀ ସରକାର କ୍ଷମତାକୁ ଫେରିଲେ; କାଶ୍ମୀରଠାରୁ କନ୍ୟା କୁମାରୀଠାରୁ ଆରମ୍ଭ କରି କାମରୂପଠାରୁ କଚ୍ଛ ପର୍ଯ୍ୟନ୍ତ ସମଗ୍ର ଦେଶରୁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବିତାଡିତ କରାଯିବା ବୋଲି ଶାହା ଶନିବାର ପୁଣେସ୍ଥିତ ଶକ୍ତି କେନ୍ଦ୍ରରେ ଦଳୀୟ କର୍ମୀଙ୍କୁ ଉଦ୍ବୋଦନ ଦେଇ କହିଛନ୍ତି। ସେ କହିଛନ୍ତି, ମୋଦୀଙ୍କ ବିକାଶର ଅଶ୍ବମେଧ ଆରମ୍ଭ ହୋଇଯାଇଛି। ଏହା ଦ୍ବାରା ବିଜେପି ଉତ୍ତର ପ୍ରଦେଶରେ ବିଜୟ ଲାଭ କରିବା; ଏଥିସହ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ମଧ୍ୟ ପଦ୍ମ ଫୁଟିବ। ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରି ସେ କହିଛନ୍ତି ୫୫ ବର୍ଷ ମଧ୍ୟରେ ରାହୁଲଙ୍କ ପରିବାର ବର୍ଷ ମଧ୍ୟରେ ଯାହା ନ କରିଛନ୍ତି ମୋଦୀ ୫୫ ମାସ ମଧ୍ୟରେ ତାହା କରି ଦେଖାଇଛନ୍ତି।
Popular Categories



