ଡେସ୍କ: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଆଜି ମୁଖ୍ୟାଳୟ ରେଳସଦନ ଠାରେ ଏହାର ବରିଷ୍ଠ କ୍ରୀଡ଼ା ଅଧିକାରୀ ତଥା ଭାରତୀୟ ପୁରୁଷ ହକି ଦଳର ଡିଫେଣ୍ଡର ଅମିତ ରୋହିଦାସଙ୍କୁ ରେଳପଥ କ୍ରୀଡା ସଂଗଠନର (ଇକୋର) ସଭାପତି ମାନସ କୁମାର ପୋଦ୍ଦାର, ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର ଏବଂ ମହାପ୍ରବନ୍ଧକଙ୍କ ସଚିବ ବିଶ୍ୱଜିତ ଭୋଇଙ୍କ ଉପସ୍ଥିତିରେ ସମ୍ମାନିତ କରିଛନ୍ତି। ଭାରତୀୟ ହକି ଦଳର ପ୍ରମୁଖ ସଦସ୍ୟ ଶ୍ରୀ ରୋହିଦାସ ଗତ କମନୱେଲଥ ଗେମ୍ସରେ ସିଲଭର ପଦକ ଜିତି ଭାରତୀୟ ରେଳବାଇ ସହିତ ଦେଶକୁ ଗୌରବାନ୍ୱିତ କରିଛନ୍ତି।
ଭାରତୀୟ ପୁରୁଷ ହକି ଦଳର ଡିଫେଣ୍ଡର ଅମିତ ରୋହିଦାସଙ୍କୁ ସମ୍ମାନିତ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ
Popular Categories



