www.samajalive.in
Monday, December 8, 2025
27.1 C
Bhubaneswar

ରୁଷ ପରେ ଭାରତକୁ ଆମେରିକାର ବଡ଼ ଅଫର, ସୁଲଭ ମୂଲ୍ୟରେ ଅଶୋଧିତ ତୈଳ ଯୋଗାଇବ ଆମେରିକା

ନୂଆଦିଲ୍ଲୀ: ​ରୁଷ ପରେ ଭାରତକୁ ସୁଲଭ ମୂଲ୍ୟରେ ତୈଳ କ୍ରୟ ପାଇଁ ଆମେରିକା ପ୍ରସ୍ତାବ ଦେଇଛି । ଅଶୋଧିତ ତୈଳ କ୍ରୟ ଉପରେ ରୁଷ ବ୍ୟାରେଲ ପିଛା ୩୫ ଡଲାର ରିହାତି ଅଫର ଦେଇଥିବା ବେଳେ ବର୍ତ୍ତମାନ ଆମେରିକା ଭାରତକୁ ୧୮ କୋଟି ବ୍ୟାରେଲ  ଅଶୋଧିତ ତୈଳ ଯୋଗାଇବ ବୋଲି କହିଛି । ଖାଲି ଭାରତ ନୁହେଁ ଅନେକ ଦେଶକୁ ଆମେରିକା ଏନେଇ ପ୍ରସ୍ତାବ ଦେଇଥିବା କୁହାଯାଉଛି ।

ମିଳିଥିବା ସୂଚନା ଅନୁସାରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ କରିବାକୁ ଆମେରିକା ତୈଳ ଯୋଗାଇବାକୁ ଚାହୁଁଛି । ଏଥିପାଇଁ ଆମେରିକା ଭାରତ ସହିତ କିଛି ଦେଶ ମାନଙ୍କ ସହ ଯୋଗାଯୋଗ କରୁଛି । ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ହେତୁ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପାଇଛି । ତେଣୁ ବଜାରରେ ଅଶୋଧିତ ତୈଳର ମୂଲ୍ୟ  ହ୍ରାସ କରିବାକୁ ଆମେରିକା ରାଷ୍ଟ୍ରପତି ଜୋ. ବାଇଡେନ୍‌ ଚାହୁଁଛନ୍ତି ।

- Advertisement -

ତୈଳ ଯୋଗାଣକୁ ନେଇ ବାଇଡେନ୍‌ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଆମେ ଏନେଇ ଭାରତ ସରକାରଙ୍କୁ ପ୍ରସ୍ତାବ ଦେଇଛୁ । ଭାରତକୁ ଅଶୋଧିତ ତୈଳ ସୁଲଭ ମୂଲ୍ୟରେ ଯୋଗାଇବାକୁ କୁହାଯାଇଛି ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories