www.samajalive.in
Tuesday, December 9, 2025
16.1 C
Bhubaneswar

ଇରାକରେ ଆମେରିକାର ଏୟାରଷ୍ଟ୍ରାଇକ; ଆଇଏସ କ୍ୟାମ୍ପ ଉପରେ ବର୍ଷା କଲା ୩୬୦ କ୍ବିଣ୍ଟାଲ ବୋମା

ବାଗ୍‌ଦାଦ: ଇରାକରେ ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ ଷ୍ଟେଟ୍‌ (ଆଇଏସ) କ୍ୟାମ୍ପ ଉପରେ ଆମେରିକା ପୁଣି ଥରେ ଏୟାରଷ୍ଟ୍ରାଇକ କରିଥିବା ଜଣାପଡିଛି । ଆଇଏସ କ୍ୟାମ୍ପ ଉପରେ ଆମେରିକା ୩୬ ହଜାର କିଲୋଗ୍ରାମର ବୋମା ପକାଯାଇଛି । ଏହି ସବୁ ବୋମା ଆମେରିକା ନିଜର ଆଧୁନିକ ଏଫ-୩୫ ଓ ଏଫ-୧୫ ଲଢୁଆ ବିମାନରୁ ପକାଇଛି । ମିଳିଥିବା ସୂଚନା ଅନୁଯାୟୀ, ଇରାକର ଦିଗଡି ନଦୀ ମଧ୍ୟରେ ଥିବା ଏକ ଦ୍ୱୀପରେ ଆମେରିକା ଏହି ବୋମା ପକାଇଛି । ଆଇଏସ ବିରୋଧରେ ଚାଲିଥିବା ଆମେରିକାର ଅଭିଯାନ ଆଧାରରେ ସେପ୍ଟେମ୍ବର ୧୦ରେ ଅର୍ଥାତ୍ ମଙ୍ଗଳବାର ଦିନ ଇରାକ ଉପରେ ଏହି ଆକ୍ରମଣ ହୋଇଛି । ଆମେରିକାର ଏହି ଏୟାରଷ୍ଟ୍ରାଇକକୁ ଇରାକ ସୁରକ୍ଷାକର୍ମୀମାନେ ମଧ୍ୟ ସମର୍ଥନ ଜଣାଇଥିଲେ ।

- Advertisement -

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାକର ମୋସୁଲରେ ସୀରିୟା ଏବଂ ଜଜୀରା ମରୁଭୂମି ଅଞ୍ଚଳ ବ୍ୟତୀତ କିର୍କୁକ ଏବଂ ମଖମୋରରେ ଆଇଏସ କ୍ୟାମ୍ପ ଗଢି ଉଠିଥିବା ନେଇ ଆମେରିକା ନିକଟରେ ଖବର ଥିଲା। ଇରାକର ସମସ୍ତ ଆଇଏସ କ୍ୟାମ୍ପକୁ ଧ୍ବଂସ କରିବାକୁ ଆମେରିକାର ଲକ୍ଷ୍ୟ ଥିଲା।

ଆମେରିକା ଓ ଇରାକ ମଧ୍ୟରେ ହୋଇଥିବା ବୁଝାମଣା ପରେ ଏହି ଅଞ୍ଚଳରେ ଦ୍ୱିତୀୟ ଥର ପାଇଁ ବଡ ଧରଣର ଏୟାରଷ୍ଟ୍ରାଇକ ହୋଇଛି । ଇରାକର ପ୍ରଧାନମନ୍ତ୍ରୀ ହାଇଦର-ଅଲ-ବାବଦୀ ଆଇଏସ ସଂପୂର୍ଣ୍ଣ ବିନାଶ ହୋଇଯାଇଥିବା ନେଇ ୨୦୧୭ରେ ଦାବି କରିଥିଲେ ମଧ୍ୟ ଏପରି ହୋଇନଥିଲା । ଏହି ଅଞ୍ଚଳ​ରେ ଆଇଏସର ଅନେକ ସଂଖ୍ୟାରେ ସ୍ଲିପର ସେଲ୍ ରହିଥିଲେ। ଏହି ସେଲ୍‌ ଆତଙ୍କବାଦକୁ ଜୀବନ୍ତ ରଖିଥିଲେ ।

ପ୍ରଥମ ଥର ଆଇଏସ ମୁକାବିଲା ପାଇଁ ଆମେରିକା ଏଫ-୩୫ର ବ୍ୟବହାର କରିଛି । ଲଢୁଆ ବିମାନ ଏଫ-୩୫ରେ ୮,୧୦୦ କିଲୋଗ୍ରାମର ଅସ୍ତ୍ରଶସ୍ତ୍ର ନେବାର ସକ୍ଷମ ରହିଥିବା ବେଳେ ଏଫ-୧୫ ଲଢୁଆ ବିମାନରେ ୧୩,୩୮୦ କିଲୋଗ୍ରାମର ସକ୍ଷମ ରହିଛି । ଏହା ପୂର୍ବରୁ ଗତ ବର୍ଷ ସେପ୍ଟେମ୍ବର ମାସରେ ଆଫଗାନିସ୍ତାନର ତାଲିବାନ ଉପରେ ଆକ୍ରମଣ ବେଳେ ଆମେରିକା ଏଫ-୩୫ ଲଢୁଆ ବିମାନର ବ୍ୟବହାର କରିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories