ସ୍ମାର୍ଟଫୋନ୍‌ ହୋଲି ଷ୍ଟୋର୍‌: ୱାନପ୍ଲସ୍‌ ଓ ସାମ୍‌ସଙ୍ଗ୍ ଫୋନ୍‌ ଉପରେ ବିପୁଳ ରିହାତି, ଆଇଫୋନ୍‌ ବି ଶସ୍ତା

ସମାଜ ଡିଜିଟାଲ ଡେସ୍କ: ହୋଲି ଅବସରରେ ଉପଭୋକ୍ତାମାନଙ୍କ ପାଇଁ ଚମତ୍କାର ସ୍ମାର୍ଟଫୋନ୍ ହୋଲି ଷ୍ଟୋର୍‌ ନେଇ ଆସିଛି ଆମାଜନ ଇଣ୍ଡିଆ। ଏହି ବମ୍ପର ସେଲ୍‌ରେ ଆପଣ ସମସ୍ତ ବର୍ଗର ସ୍ମାର୍ଟଫୋନ୍‌ ଆକର୍ଷଣୀୟ ରିହାତି ସହିତ କିଣିପାରିବେ। ତେବେ ଯଦି ଆପଣ ଏକ ପ୍ରିମିୟମ୍ ବର୍ଗର ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି, ତେବେ ସେଥିପାଇଁ ମଧ୍ୟ ଏହି ସେଲ୍‌ରେ ଜବରଦସ୍ତ ଡିଲ୍ ଉପଲବ୍ଧ ଅଛି। ସେଲ୍‌ରେ Samsung Galaxy S24 5G, OnePlus 12R ଏବଂ iPhone 13 ଉପରେ ବଡ଼ ଧରଣର ରିହାତି ପ୍ରଦାନ କରାଯାଉଛି।

ହୋଲି ଅଫରରେ ଏହି ଫୋନ୍‌ଗୁଡିକ ଆକର୍ଷଣୀୟ ବ୍ୟାଙ୍କ ରିହାତି, ଇଏମଆଇ ଓ ଏକ୍ସଚେଞ୍ଜ୍ ଅଫରରେ ମଧ୍ୟ କିଣିପାରିବେ। ମନେରଖନ୍ତୁ ଯେ, ଏକ୍ସଚେଞ୍ଜରେ ଉପଲବ୍ଧ ଅତିରିକ୍ତ ରିହାତି ଆପଣଙ୍କ ପୁରୁଣା ଫୋନ୍‌ର ଅବସ୍ଥା, ବ୍ରାଣ୍ଡ ଏବଂ କମ୍ପାନୀର ଏକ୍ସଚେଞ୍ଜ୍ ପଲିସି ଉପରେ ନିର୍ଭର କରିବ। ତେବେ ଆସନ୍ତୁ ବିସ୍ତୃତ ଭାବେ ଜାଣିବା ଏହି ଜବରଦସ୍ତ ହୋଲି ସେଲ୍‌ରେ ଦିଆଯାଉଥିବା ସର୍ବୋତ୍ତମ ଡିଲ୍‌ ବିଷୟରେ –

ଆପଲ୍‌ ଆଇଫୋନ୍‌ ୧୩:

୧୨୮ ଜିବି ଷ୍ଟୋରେଜ୍ ସହିତ ନୀଳ ରଙ୍ଗର ଫୋନ୍ ସେଲ୍‌ରେ ୪୯,୪୯୯ ଟଙ୍କାରେ ଉପଲବ୍ଧ। ଯଦି ଉପଭୋକ୍ତା ଏୟାରଟେଲ ପୋଷ୍ଟପେଡ୍‌ ସଂଯୋଗ ନିଅନ୍ତି, ତେବେ ତାଙ୍କୁ ୧୨୦୦ ଟଙ୍କାର ରିହାତି ମିଳିବ। କମ୍ପାନୀ ଫୋନ୍ ଉପରେ ୨୪୭୫ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍ ମଧ୍ୟ ଦେଉଛି। ଏକ୍ସଚେଞ୍ଜ ଅଫରରେ ଆପଣ ଫୋନର ମୂଲ୍ୟକୁ ୨୭,୫୫୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିପାରିବେ। ଏହି ଆଇଫୋନରେ ୬.୧ ଇଞ୍ଚର ସୁପର ରେଟିନା XDR ଡିସ୍‌ପ୍ଲେ ଦେଖିବାକୁ ପାଇବେ। ଫଟୋଗ୍ରାଫି ପାଇଁ କମ୍ପାନୀ ଏହି ଫୋନରେ ୧୨ ମେଗାପିକ୍ସେଲର ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ଦେଇଛି। ସେହିପରି ସେଲ୍ଫି ପାଇଁ ଫୋନ୍‌ରେ ୧୨ ମେଗାପିକ୍ସେଲର ଟ୍ରୁ ଡେପ୍‌ଥ କ୍ୟାମେରା ସେଟଅପ୍‌ ମିଳିବ। ଏହି ଫୋନ୍ A15 ବାୟୋନିକ୍‌ ଚିପସେଟରେ କାମ କରେ।

ୱାନ୍‌ ପ୍ଲସ୍‌ ୧୨ଆର:

୮ଜିବି ରାମ୍‌ ଏବଂ ୧୨୮ଜିବି ଇଣ୍ଟରନାଲ୍‌ ଷ୍ଟୋରେଜ୍ ଥିବା ଏହି ଫୋନର ମୂଲ୍ୟ ୩୯,୯୯୦ ଟଙ୍କା। ସେଲ୍‌ରେ ଆପଣ ଏହାକୁ ୧ ହଜାର ଟଙ୍କାର ବ୍ୟାଙ୍କ ରିହାତିରେ କିଣିପାରିବେ। ସେଲ୍‌ରେ ଫୋନ ଉପରେ ୧,୯୯୯ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମଧ୍ୟ ଦିଆଯାଉଛି। ଜିଓ ବ୍ୟବହାରକାରୀଙ୍କ ପାଇଁ ସେଲ୍‌ରେ ଏକ ସ୍ୱତନ୍ତ୍ର ଅଫର ଅଛି। କମ୍ପାନୀ ଏହି ଫୋନରେ ୩୦,୫୫୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ୍ ବୋନସ୍ ମଧ୍ୟ ଦେଉଛି। ଆକର୍ଷଣୀୟ ଇଏମଆଇରେ ବି ଆପଣ ଏହି ଫୋନ୍‌ କିଣିପାରିବେ। ୱାନପ୍ଲସ୍‌ର ଏହି ଫୋନ୍‌ରେ ଆପଣଙ୍କୁ 1.5K LTPO ProXDR ଡିସ୍‌ପ୍ଲେ ମିଳିବ। ଫୋନ୍‌ରେ ୫୫୦୦ଏମଏଏଚର ବ୍ୟାଟେରୀ ସାଙ୍ଗକୁ ୧୦୦ ୱାଟ୍‌ର ଫାଷ୍ଟ ଚାର୍ଜିଙ୍ଗ୍‌କୁ ସପୋର୍ଟ କରିଥାଏ।

ସାମ୍‌ସଙ୍ଗ୍‌ ଗ୍ୟାଲେକ୍ସି ଏସ୨୪ ୫ଜି ଏଆଇ:

୮ଜିବି ରାମ୍‌ ଓ ୫୧୨ ଜିବି ଇଣ୍ଟରନାଲ ଷ୍ଟୋରେଜ୍‌ ଥିବା ଏହି ଫୋନ୍‌ର ଦାମ୍‌ ୮୯,୯୯୯ ଟଙ୍କା। ସେଲ୍‌ରେ ଆପଣ ଏହାକୁ ୨ ହଜାର ଟଙ୍କାର କୁପନ୍‌ ରିହାତି ସହ କିଣିପାରିବେ। ବ୍ୟାଙ୍କ ଅଫରରେ ଫୋନ୍‌ର ଦାମ୍‌ ଆହୁରି ୫ ହଜାର ଟଙ୍କା କମ୍‌ ହୋଇପାରିବ। ଫୋନ୍‌ ଉପରେ କମ୍ପାନୀ ୪୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍‌ ମଧ୍ୟ ଦେଉଛି। ଏକ୍ସଚେଞ୍ଜ ଅଫରରେ ଆପଣ ଏହି ଫୋନ୍‌ର ମୂଲ୍ୟ ୨୭,୫୫୦ ଟଙ୍କା ପର୍ଯ୍ୟନ୍ତ କମ୍‌ କରିପାରିବେ। ସାମ୍‌ସଙ୍ଗ୍‌ର ଏହି ପ୍ରିମିୟମ୍‌ ଫୋନ୍‌ରେ ୬.୨ ଇଞ୍ଚର ଫୁଲ୍‌ ଏଚଡି ପ୍ଲସ୍‌ ଡିସ୍‌ପ୍ଲେ ମିଳିବ। ଫଟୋ ଉତ୍ତୋଳନ ପାଇଁ ଫୋନ୍‌ରେ ୫୦ ମେଗାପିକ୍ସେଲର ୱାଇଡ୍‌ ଏଙ୍ଗଲ ଲେନ୍ସ ସହ ଏକ ୧୨ ମେଗାପିକ୍ସେଲର ଅଲ୍‌ଟ୍ରା-ୱାଇଡ୍‌ ଏଙ୍ଗଲ ଏବଂ ଏକ ୧୦ ମେଗାପିକ୍ସେଲର ଟେଲିଫଟୋ କ୍ୟାମେରା ଦିଆଯାଇଛି।

 

Comments are closed.