ବଦଳିଲା ସିମ୍ ସମ୍ପର୍କିତ ନିୟମ, ୧ ଜୁଲାଇରୁ ଲାଗୁ ହେବ

ନୂଆଦିଲ୍ଲୀ : ଅନଲାଇନ ଠକେଇକୁ ରୋକିବା ପାଇଁ ଟ୍ରାଇ(TRAI) ଅନେକ ସମୟରେ ନୂଆ ନିୟମ ଆଣିଥାଏ । ଏବେ ଟ୍ରାଇ ଏକ ନୂଆ ନିୟମ ନେଇଆସିଛି । ତେବେ ଏଥିରେ ସାଧାରଣ ମୋବାଇଲ ଉପଭୋକ୍ତାଙ୍କୁ ସାମାନ୍ୟ ହଇରାଣ ମଧ୍ୟ ହେବାକୁ ପଡିପାରେ ।

ଟ୍ରାଇର ନୂଆ ନିୟମ ଅନୁସାରେ ଯେଉଁ ମୋବାଇଲ ଉପଭୋକ୍ତା ନିଜ ସିମ୍ କାର୍ଡ ସ୍ବାପ୍ (ସିମ୍ କାର୍ଡ ଅଦଳ-ବଦଳ) କରିଛନ୍ତି ସେମାନେ ନିଜ ଫୋନ ନମ୍ବରକୁ ପୋର୍ଟ କରିପାରିବେନି । ଏହି ନିୟମ ୧ ଜୁଲାଇରୁ ଲାଗୁ ହେବ ।

ଲଗାତର ଠକେଇ ଘଟଣା ସାମ୍ନାକୁ ଆସିବା ପରେ ଏଥିରେ ରୋକ ଲଗାଇବା ପାଇଁ ଟ୍ରାଇ ଏମିତି ନିଷ୍ପତ୍ତି ନେଇଛି । ଆଜିକାଲି ସିମ୍ ସ୍ବାପିଂକୁ ନେଇ ଠକାମୀର ଅନେକ ମାମଲା ସାମ୍ନାକୁ ଆସୁଛି । ସିମ୍ ସ୍ବାପିଂ କରି ତୁରନ୍ତ ମୋବାଇଲ କନେକ୍ସନ ପୋର୍ଟକୁ ବନ୍ଦ କରିବା ପାଇଁ ଏହି ପଦକ୍ଷେପ ଉଠାଯାଇଛି ।

Comments are closed.