ବର୍ମିଙ୍ଗ୍ହାମ୍ : ବିଶ୍ୱବ୍ୟାପୀ କରୋନା ଭୂତାଣୁ ସଂକ୍ରମଣର ଆତଙ୍କ ଦେଖାଦେଇଥିବାବେଳେ ବୁଧବାରଠାରୁ ଇଂଲଣ୍ଡର ବର୍ମିଙ୍ଗ୍ହାମ୍ଠାରେ ଆରମ୍ଭ ହେଉଛି ଅଲ୍ ଇଂଲଣ୍ଡ ବ୍ୟାଡ୍ମିଣ୍ଟନ୍ ଚାମ୍ପିୟନ୍ସିପ। ତେବେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଭାରତୀୟ ବ୍ୟାଡ୍ମିଣ୍ଟନ୍ ଖେଳାଳୀମାନେ ପ୍ରସ୍ତୁତ ଅଛନ୍ତି। ବିଶ୍ୱ ମହିଳା ବ୍ୟାଡ୍ମିଣ୍ଟନ ଚାମ୍ପିୟନ୍ ପି.ଭି. ସିନ୍ଧୁ ଏହି ଦଳର ନେତୃତ୍ୱ ନେଉଛନ୍ତି। ଏହି ଚାମ୍ପିୟନ୍ସିପରେ ସିନ୍ଧୁଙ୍କ ବ୍ୟତୀତ ସାଇନା ନେହୱାଲ୍, କିଦାମ୍ବୀ ଶ୍ରୀକାନ୍ତ ନିଜର ଉତ୍କର୍ଷ ଖେଳ ପ୍ରଦର୍ଶନ କରିବା ନେଇ ଆଶାବାଦୀ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବି. ସାଇ ପ୍ରଣୀତ୍, ଅଶ୍ୱିନୀ ପୁନାପ୍ପା, ଏନ୍. ସିକି ରେଡ୍ଡୀ ଓ ପ୍ରଣବ ଜେରି ଚୋପ୍ରା ମଧ୍ୟ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି।
ଅଲ୍ ଇଂଲଣ୍ଡ ବ୍ୟାଡ୍ମିଣ୍ଟନ୍ ଚାମ୍ପିୟନ୍ସିପ : ଭାରତୀୟ ଦଳର ନେତୃତ୍ୱ ନେବେ ପି.ଭି. ସିନ୍ଧୁ
Popular Categories



