www.samajalive.in
Monday, December 8, 2025
17.1 C
Bhubaneswar

ମଦ ହୋମ ଡେଲିଭରୀ ପାଇଁ ମହାରାଷ୍ଟ୍ରରେ ମିଳିଲା ଅନୁମତି

ମୁମ୍ବଇ : କୋଭିଡ୍‌-୧୯ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ କିଛି ରାଜ୍ୟରେ ମଦ ବିକ୍ରୀ ପାଇଁ ଅନୁମତି ଦିଆଯାଇଥିଲା। ମଦଦୋକାନ ଖୋଲିବା ପରେ ମଦ ନେବା ପାଇଁ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା। କେତେକ ଦୋକାନରେ ଲମ୍ବା ଧାଡ଼ିରେ ଲୋକେ ମଦ କିଣିବାକୁ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଆଉ କିଛି ସ୍ଥାନରେ ଲୋକେ ସାମାଜିକ ଦୂରତା ନ ମାନି ମଦ କିଣିଥିଲେ। ଏହାକୁ ଦୃଷ୍ଟିରେ ରଖି ଦୋକାନଗୁଡ଼ିକରେ କିଭଳି ଗହଳି ଏଡ଼ାଯାଇପାରିବ ସେଥିପାଇଁ ମଦ ହୋମ୍‌ ଡେଲିଭରୀ ଦେବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ମଙ୍ଗଳବାର ଦୋକାନଗୁଡ଼ିକରେ ଗହଳି ଏଡ଼ାଇବା ପାଇଁ ମହାରାଷ୍ଟ୍ର ସରକାର ମଦ ହୋମ୍‌ ଡେଲିଭରୀ ପାଇଁ ଅନୁମତି ଦେଇଛନ୍ତି। ଗୃହ ବିଭାଗ ପକ୍ଷରୁ ମଦ ଡେଲିଭରୀ ନିୟମାବଳୀ ପ୍ରସ୍ତୁତ ହେବା ପରେ ଏହା କାର୍ଯ୍ୟକାରୀ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।
ତେବେ କେତେକ ସର୍ତ୍ତ ସହ ଏହି ଅନୁମତି ଦିଆଯାଇଛି। ଯେଉଁମାନେ ମଦ ପିଇବାକୁ ଚାହୁଁଛନ୍ତି ସେମାନେ ଫୋନ୍‌ ଯୋଗେ ହୋମ୍‌ ଡେଲିଭରୀ ପାଇଁ ଅର୍ଡର କରିପାରିବେ। ଯେଉଁ ଅଞ୍ଚଳଗୁଡ଼ିକର ମଦ ଦୋକାନ ମେ’ ୫ରୁ ଖୋଲିଥିବ ଏବଂ ଲାଇସେନ୍ସ ଦିଆଯାଇଥିବ ସେହି ଅଞ୍ଚଳରେ ସଂପୃକ୍ତ ଦୋକାନ ମଦ ହୋମ ଡେଲିଭରୀ କରିପାରିବେ। କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ମଦ ଦୋକାନରେ ଗହଳି ଏଡାଇବା ଲକ୍ଷ୍ୟ ରଖି ଏଭଳି ପଦକ୍ଷେପ ନିଆଯାଇଛି। ଏଥିନେଇ ଆଜି ନିର୍ଦେଶନାମା ଜାରି କରାଯାଇଛି ଓ ଦୁଇଦିନ ମଧ୍ୟରେ ବିସ୍ତୃତ ନିର୍ଦେଶାବଳୀ ପ୍ରସ୍ତୁତ କରାଯିବ ଓ ଏହାପରେ ମଦ ହୋମ୍‌ ଡେଲିଭରୀ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। କ୍ରେତା ଓ ବିକ୍ରେତା ମଧ୍ୟରେ ଟଙ୍କା ଦେଣନେଣ କିଭଳି କରାଯାଇପାରିବ ତାହା ସେମାନେ ନିଷ୍ପତ୍ତି ନେଇପାରିବେ। ଜଣେ ବ୍ୟକ୍ତିଙ୍କ ସର୍ବାଧିକ ୧୨ ଆଇଏମ୍‌ଏଫ୍‌ଏଲ୍‌ ମଦ ବୋତଲ ହୋମ୍‌ ଡେଲିଭରୀ ଦିଆଯାଇପାରିବ। ଅବକାରୀ ବିଭାଗ ୱେବ୍‌ସାଇଟ୍‌ରେ ବିଭିନ୍ନ ପ୍ରକାର ମଦ ପ୍ରଦର୍ଶନ କରାଯିବ, ଯାହାକୁ ଯାଞ୍ଚ କରି କ୍ରେତା ମଦ କିଣିପାରିବେ। ଡେଲିଭରି କରୁଥିବା କର୍ମଚାରୀ ମୁହଁରେ ମାସ୍କ ପିନ୍ଧିବେ ଓ ନିୟମିତଭାବେ ସାନିଟାଇଜର ବ୍ୟବହାର କରିବେ । ଆହୁରି ମଧ୍ୟ କେବଳ ଅନୁମୋଦିତ ସମୟସୀମାରେ ହିଁ ହୋମ ଡେଲିଭରୀ କରାଯାଇପାରିବ।
ମଦ ଦୋକାନଗୁଡ଼ିକ ଆଗରେ ହେଉଥିବା ଗହଳି ଦୃଷ୍ଟିରୁ ହୋମ୍ ଡେଲିଭରୀ ପାଇଁ ବିଚାର କରିବାକୁ ଗତ ସପ୍ତାହରେ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ, ମଦ ହୋମ୍ ଡେଲିଭରୀ କରିବା ଉପରେ ସରକାର ବିଚାର କରନ୍ତୁ। ତେବେ ଏ ନେଇ ସୁପ୍ରିମକୋର୍ଟ କୌଣସି ନିର୍ଦ୍ଦେଶ ଜାରି କରିନଥିଲେ ବରଂ ଏହି ପ୍ରସ୍ତାବ ଉପରେ କେବଳ ବିଚାର କରିବାକୁ ସରକାରଙ୍କୁ କହିଥିଲେ। ଜଷ୍ଟିସ ଅଶୋକ ଭୁଷଣଙ୍କୁ ନେଇ ଏକ ତିନି ଜଣିଆ ଖଣ୍ଡପୀଠ ଜନସ୍ୱାର୍ଥ ମାମଲାର ବିଚାର କରି ଏହି ପରାମର୍ଶ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories