ନୂଆଦିଲ୍ଲୀ: ଆସିଯାଇଛି ନୂଆବର୍ଷ ଅର୍ଥାତ୍ ବର୍ଷ ୨୦୨୧। କରୋନା ମହାମାରୀ ପାଇଁ ନୂତନ ବର୍ଷର ସେଲିବ୍ରେସନ୍ ଫିକା ପଡ଼ିଯାଇଥିବା ବେଳେ ଲୋକେ ଭିନ୍ନ ଭିନ୍ନ ଉପାୟରେ ଏହାକୁ ସ୍ୱାଗତ କରିଛନ୍ତି। ବଲିଉଡ଼୍ ଷ୍ଟାର୍ ମାନେ ମଧ୍ୟ ମହାମାରୀକୁ ଦୃଷ୍ଟିରେ ରଖି ନିଜ ନିଜ ଶୈଳୀରେ ନୂଆବର୍ଷ ପାଳନ କରିଛନ୍ତି। କିନ୍ତୁ ବଲିଉଡ଼ର ଖିଲାଡ଼ି ବୟ ଅକ୍ଷୟ କୁମାରଙ୍କ ନୂତନ ବର୍ଷକୁ ସ୍ୱାଗତ କରିବାର ଶୈଳୀ କିଛି ଖାସ୍ ଥିଲା।
ଅକ୍ଷୟ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଭିଡିଓରେ ସେ ୨୦୨୧ ବର୍ଷର ପ୍ରଥମ ସୂର୍ୟ୍ୟୋଦୟକୁ କ୍ୟାମେରାରେ କଏଦ୍ କରିଛନ୍ତି। ଆଶାର ଏହି ନୂତନ କିରଣ ସହିତ ଅକ୍ଷୟ ଗାୟତ୍ରୀ ମନ୍ତ୍ର ଜପ କରୁଥିବା ଦେଖିବାକୁ ମିଳିଛି। ଭିଡିଓ ସହିତ ସେ ଲେଖିଛନ୍ତି, “ଏହା ହେଉଛି ୨୦୨୧ ବର୍ଷର ପ୍ରଥମ ସୂର୍ୟ୍ୟୋଦୟ। ମୁଁ ସମସ୍ତଙ୍କ ସୁଖ ଏବଂ ସମୃଦ୍ଧି କାମନା କରୁଛି। ସମସ୍ତଙ୍କୁ ନୂଆ ବର୍ଷର ଶୁଭେଚ୍ଛା”।



