www.samajalive.in
Monday, December 8, 2025
20.1 C
Bhubaneswar

ପୁରପଲ୍ଲିରେ ଅକ୍ଷୀମୁଠି ଅନୁକୂଳ 

ପାଟଣା : କେନ୍ଦୁଝର ଜିଲ୍ଲାର ପାଟଣା, ସାହାରପଡା ଘଟଗାଁ ବ୍ଳକ ଅଞ୍ଚଳରେ ରବିବାର ସରକାରୀ ସ୍ତରରେ କୃଷି ବିଭାଗ ପକ୍ଷରୁ ଅକ୍ଷୟ ତୃତୀୟାର ଅକ୍ଷୀମୁଠୀ ଅନୁକୂଳ କାର୍ଯ୍ୟକ୍ରମ କରୋନା କଟକଣା ଯୋଗୁ ସ୍ଥଗିତ ଥିବା ବେଳେ କେତେକ ଗ୍ରାମରେ ଚାଷୀମାନେ ନିଜ ନିଜ ଚାଷ ଜମିରେ ଅକ୍ଷୀମୁଠୀ ଅନୁକୂଳ କରିଛନ୍ତି । କାନ୍ଧରେ ଅକ୍ଷୀମୁଠି ଓ ହାତରେ ପାଣିଢାଳ ଧରି ଗୃହକର୍ତ୍ତା ବିଲକୁ ଯାଇ ପୂଜାର୍ଚ୍ଚନା କରି ଅକ୍ଷୀମୁଠି ଶସ୍ୟ ବୁଣିବା ପରେ ବଳଦ ସାହାଯ୍ୟରେ ହଳ କରି ବିଧି ରକ୍ଷା କରିଛନ୍ତି । ଚାଷ ପାଇଁ ଏହି ପବିତ୍ର ଦିବସକୁ ଅଣଦେଖା କଲେ ଅମଙ୍ଗଳ ହୁଏ ଓ ବିଲରେ ସୁନା ଫଳେ ନାହିଁ ବୋଲି ପୁରୁଖା ଲୋକମାନଙ୍କ ମୁହଁରୁ ଶୁଣି ଥିବାରୁ ହଳବଳଦ ନେଇ ଲୋକେ ଅକ୍ଷୀମୁଠୀ ଅନୁକୂଳ କରିବା ଘଟଣାକୁ ସ୍ଵାଗତ କରାଯାଇଛି । ପାଟଣା ବ୍ଲକ୍ ଅନ୍ତର୍ଗତ ଚିନାମାଳିପଶି ଗ୍ରାମରେ ଅକ୍ଷୀମୁଠି ଅନୁକୂଳ କରିବାପାଇଁ ଅଗ୍ରଣୀ ଚାଷୀ ରାମ ଚନ୍ଦ୍ର ନାୟକ ଆଜି ସସ୍ତ୍ରିକ ବିଲ କୁ ଯାଇ ଅକ୍ଷୀମୁଠି ଅନୁକୂଳ କରିଥିବା ଦେଖାଯାଇଥିଲା ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories