www.samajalive.in
Thursday, December 11, 2025
23.1 C
Bhubaneswar

ଆଖଣ୍ଡଳମଣିଙ୍କ ମନ୍ଦିରରେ ୨୧ଦିନ ବ୍ୟାପୀ ଚନ୍ଦନଯାତ୍ରା ଆରମ୍ଭ, କୋଭିଡ କଟକଣା ସହ ଭିତରବେଢାରେ ଚାପନୀତି ସମ୍ପନ୍ନ

ଆରଡି: ଶନିବାର ପବିତ୍ର ଅକ୍ଷୟତୃତୀୟା ଠାରୁ ଉତ୍କଳଭଉଁରୀ ଯାଏଁ ୨୧ଦିନ ଧରି ଚାଲିବ ବାବା ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା। ଏଥିପାଇଁ ମଣିବାବାଙ୍କ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ସ୍ବତନ୍ତ୍ର ନୀତିକାନ୍ତୀ। ଭୋର ୪ଟାରେ ଦ୍ବାରଫିଟା ଯିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି, ଜଳାଭିଷେକ ନୀତି ସରିବା ପରେ ନବବସ୍ତ୍ର, ଫୁଲ, ଚନ୍ଦନ ଲାଗି କରାଯାଇ ଦିଗମ୍ବରବେଶରେ ବାଲ୍ୟଭୋଗ ଅର୍ପଣ କରାଯାଇଥିଲା ମଣିବାବାଙ୍କୁ। ଏହାପରେ ଚନ୍ଦନ ନୀତିକାନ୍ତି ନିମନ୍ତେ ମଣିବାବାଙ୍କ ଚଳନ୍ତିପ୍ରତିମା ଚନ୍ଦ୍ରଶେଖରଙ୍କୁ ଏକ ସୁସଜ୍ଜିତ ବିମାନରେ ବିଜେ କରାଯାଇ ମନ୍ଦିର ବେଢା ପରିକ୍ରମା କରାଯିବା ସହ ମୁକ୍ତିମଣ୍ଡପକୁ ବିଜେ କରାଯାଇଥିଲା। ସେଠାରେ ସେବାୟତମାନେ କୋଭିଡ କଟକଣା ଅନୁଯାୟୀ ସମସ୍ତ ନୀତିକାନ୍ତି ଆରମ୍ଭ କରିଥିଲେ।

 

- Advertisement -

ପ୍ରଥମଦିନରେ ରୀତିନୀତି ଅନୁଯାୟୀ ଚାପନୀତି ନିମନ୍ତେ ଘଟସ୍ଥାପନ, ଦ୍ବାରପାଳପୂଜା, ମହାସ୍ନାନ, ଚନ୍ଦନଲାଗି କରାଯିବା ସହ ଷୋଡଶ ଉପଚାର ନୀତିରେ ସମସ୍ତ ପୂଜାର୍ଚ୍ଚନା କରାଯାଇଥିଲା। ଚଳିତବର୍ଷ ମହାମାରୀ କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଚନ୍ଦନନୀତି ମନ୍ଦିର ଭିତରବେଢାରେ ସମ୍ପନ୍ନ କରାଯିବ ବୋଲି ଭଦ୍ରକ ଉପଜିଲାପାଳ ପିତାମ୍ବର ସାମଲ ପ୍ରକିଶ କରିଛନ୍ତି। ଏପଟେ ଚାପଖେଳ ଶିବଗଙ୍ଗା ପୁଷ୍କରିଣୀରେ ବନ୍ଦ ରଖାଯିବା ସହ ପୀଠରେ ୧୪୪ଧାରା ଜାରୀ କରାଯାଇଥିବା ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ କହିଛନ୍ତି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories