www.samajalive.in
Monday, December 8, 2025
27.1 C
Bhubaneswar

ଭାରତୀୟ ବାୟୁସେନା ଅଧିକାରୀ ବେଶରେ ଅଜୟ

ମୁମ୍ବାଇ: ବଲିଉଡ଼ ଅଭିନେତା ଅଜୟ ଦେବଗନ ଖୁବଶୀଘ୍ର ପରଦାରେ ଭାରତୀୟ ବାୟୁସେନା ଅଧିକାରୀ ଭୂମିକାରେ ନଜର ଆସିବେ। ଚଳିତ ମାସ ‘ତାନାଜୀ’ ଜରିଆରେ ବକ୍ସ ଅଫିସରେ ଦର୍ଶକଙ୍କୁ ନୂଆ ବର୍ଷ ଉପହାର ଭେଟି ଦେବା ସହ ଅଜୟ ଅଗଷ୍ଟରେ ପୁଣି ବାୟୁସେନା ଅଧିକାରୀ ସାଜି ଦର୍ଶକଙ୍କ ମନୋରଞ୍ଜନ କରିବେ। ଚଳଚ୍ଚିତ୍ରର ନାଁ ହେଉଛି ‘ଭୁଜ୍‍: ଦି ପ୍ରାଇଡ଼ ଅଫ୍‍ ଇଣ୍ଡିଆ’। ଏଥିରେ ଅଜୟ ଜଣେ ଭାରତୀୟ ବାୟୁସେନା ଅଧିକାରୀ ଚରିତ୍ରରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରରୁ ତାଙ୍କ ପ୍ରଥମ ଲୁକ୍‍ ଶୁକ୍ରବାର ସାମ୍ନାକୁ ଆସିଛି। ଟ୍ରେଡ଼୍‍ ଆନାଲିଷ୍ଟ ତରଣ ଆଦର୍ଶ ସାମାଜିକ ଗଣମାଧ୍ୟମରେ ଅଜୟଙ୍କ ଏହି ଲୁକ୍‍ ଶେୟାର କରିଛନ୍ତି।

ଫଟୋରେ ଅଜୟ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ସମ୍ମୁଖରେ ବାୟୁସେନା ପୋଷାକ ପିନ୍ଧି ଠିଆ ହୋଇଛନ୍ତି। ଏଥିରେ ତାଙ୍କ ନାଁ ବିଜୟ କର୍ଣ୍ଣିକ ରହିଛି। ଅଭିଷେକ ଦୁଧୈୟା ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ବହନ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories