www.samajalive.in
Monday, December 8, 2025
20.1 C
Bhubaneswar

ଆଜିଠୁ ବାୟୁସେନାର ଦୁଇଦିନିଆ ଯୁଦ୍ଧ ଅଭ୍ୟାସ

ନୂଆଦିଲ୍ଲୀ: ପାକିସ୍ତାନ ସହିତ ଲାଗି ରହିଥିବା ଯୁଦ୍ଧ ଆଶଙ୍କାକୁ ନେଇ ଭାରତୀୟ ବାୟୁସେନା ଆଜି ଓ ଗୁରୁବାର ଦୁଇଦିନ ପାଇଁ ବଡ ଧରଣର ଯୁଦ୍ଧ ଅଭ୍ୟାସ କରିବାକୁ ଯାଉଛି। ଏଥିପାଇଁ ସରକାର ନୋଟିସ୍‌ ଟୁ ଏୟାରମ୍ୟାନ (ନୋଟାମ୍) ଜାରି କରିଛନ୍ତି। ପାକିସ୍ତାନ ସୀମାନ୍ତ ମରୁଭୂମି ଓ ଆଖପାଖ ଅଞ୍ଚଳରେ ଏହି ଯୁଦ୍ଧ ଅଭ୍ୟାସ କରାଯିବ। ଏଥିରେ ବାୟୁସେନାର ରାଫେଲ, ମିରେଜ-୨୦୦୦ ଓ ସୁଖୋଇ -୩୦ ଯୁଦ୍ଧ ବିମାନ ସାମିଲ ହେବ। ଗୁଇନ୍ଦା ବିଶେଷଜ୍ଞ ଡାମିଏନ୍ ସାଇମନ କହିଛନ୍ତି ଯେ ବାୟୁସେନାର ଏହି ଯୁଦ୍ଧ ଅଭ୍ୟାସକୁ ବରିଷ୍ଠ ଅଧିକାରୀମାନେ ଅନୁଧ୍ୟାନ କରିବା ସହିତ ଏହାର ଦୋଷତ୍ରୁଟିକୁ ସୁଧାରିବେ। ନୋଟାମ୍ ଜାରି କରାଯିବା ଅର୍ଥ ଯେଉଁ ଅଞ୍ଚଳରେ ଯୁଦ୍ଧ ଅଭ୍ୟାସ କରାଯିବ ସେଠାରେ ବାୟୁସୀମାର ବ୍ୟବହାରକୁ ସୀମିତ କରାଯିବ। ଗତ ଏପ୍ରିଲ ୨୫ରେ ବାୟୁସେନା ଆକ୍ରମଣ ନାମରେ ଏହାର ଯୁଦ୍ଧ ଅଭ୍ୟାସ କରିଥିଲା। ଏଥିରେ ରାଫେଲ ସମେତ ଅନ୍ୟ ଲଢୁଆ ବିମାନଗୁଡିକ ସାମିଲ ହୋଇଥିଲା। ସେହିପରି ନୌସେନା ଏହାର ଯୁଦ୍ଧ ପ୍ରସ୍ତୁତି ଅଭ୍ୟାସ କରିଥିଲା। ସେହିପରି ମେ ୨ରେ ବାୟୁସେନାର ଯୁଦ୍ଧବିମାନ ଉତ୍ତରପ୍ରଦେଶ ଶାହାଜାହାନପୁରର ଗଙ୍ଗା ଏକ୍ସପ୍ରେସ୍‌ ୱେରେ ଅବତରଣ ଅଭ୍ୟାସ କରିଥିଲା। ସେନାର ଏପରି ଯୁଦ୍ଧ ଅଭ୍ୟାସ ସହିତ ସାଧାରଣ ନାଗରିକଙ୍କୁ ଯୁଦ୍ଧ ଜନିତ ଆସନ୍ନ ବିପଦରୁ ସୁରକ୍ଷିତ ରଖିବା ଲାଗି ଆଜି ଦେଶର ୨୫୯ଟି ସ୍ଥାନରେ ଆବଶ୍ୟକ ମକ୍ ଡ୍ରିଲ୍ କରାଯିବ। ଏହି ମକ୍‌ ଡ୍ରିଲ୍‌ରେ ଲୋକଙ୍କୁ ଯୁଦ୍ଧ ସମୟରେ ସମ୍ମୁଖୀନ ହେବାକୁ ଥିବା ବିପଦକୁ ମୁକାବିଲା ଲାଗି ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ଦିଆଯିବ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories