www.samajalive.in
Friday, December 5, 2025
27.1 C
Bhubaneswar

ଦୁର୍ଘଟଣା ପରେ ୩ ଘଣ୍ଟା ଉଡ଼ିଲା ବିମାନ, ବର୍ତ୍ତିଲେ ଯାତ୍ରୀ

ଚେନ୍ନାଇ: ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାରେ ଗୁରୁତର କ୍ଷତିଗ୍ରସ୍ତ ହେବା ପରେ ମଧ୍ୟ ତିନି ଘଣ୍ଟା ଉଡ଼ିଥିଲା। ଟ୍ରାଫିକ କଣ୍ଟ୍ରୋଲ୍‍ ରୁମ୍‍ର ନିର୍ଦେଶ ପରେ ବିମାନକୁ ଫେରାଇ ଅଣାଯାଇଛି।
ତାମିଲନାଡ଼ୁର ତ୍ରିଚି ବିମାନ ବନ୍ଦରରୁ ୧୩୬ ଜଣ ଯାତ୍ରୀଙ୍କୁ ନେଇ ଦୁବାଇ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ୭୩୭ ବୋଇଂ ବିମାନଟି ଉଡ଼ାଣ ଆରମ୍ଭ କରିବା ବେଳେ ବିମାନବନ୍ଦର କାନ୍ଥରେ ପିଟି ହୋଇଯାଇଥିଲା। କିନ୍ତୁ ଏ ସର୍ମ୍ପକରେ ବିମାନର ପାଇଲଟ୍‍ ଜାଣିପାରି ନ ଥିଲେ। ଇଞ୍ଜିନ୍‍ରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନଥିବାରୁ ବିନା ତ୍ରୁଟିରେ ଆକାଶରେ ଉଡ଼ିଥିଲା। ଅଘଟଣ ଆଶଙ୍କାରେ ପ୍ରାୟ ତିନିଘଣ୍ଟା ପରେ ବିମାନକୁ ଫେରାଇ ଆଣିବାକୁ ପାଇଲଟଙ୍କୁ କୁହାଯାଇଥିଲା। ନିର୍ଦେଶ ଆଧାରରେ ବିମାନକୁ ପାଇଲଟ୍‍ ମୁମ୍ବଇ ବିମାନ ବନ୍ଦରକୁ ଫେରାଇ ଆଣିଥିଲେ।
ମୁମ୍ବାଇ ବିମାନ ବନ୍ଦରରେ ଯାଞ୍ଚ କରିବା ପରେ ଦୁର୍ଘଟଣାରେ ବିମାନର ଏକାଧିକ ଗୁରୁତ୍ୱପୂର୍ଣ୍ଣ ଅଂଶ ଗୁରୁତର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଏତେ ସବୁ ସତ୍ତେ୍ୱ ବିମାନ ସୁରୁଖୁରୁରେ ଉଡ଼ିଥିଲା। ସୌଭାଗ୍ୟବଶତଃ ଯାତ୍ରୀମାନେ ଏକ ବଡ଼ ଧରଣର ଦୁର୍ଘଟଣାରୁ ରକ୍ଷା ପାଇଛନ୍ତି। ପାଇଲଟ୍‍ ଓ ସହ ପାଇଲଟ୍‍ଙ୍କୁ ସାମୟିକ ଭାବେ ଅବ୍ୟାହତି ଦିଆଯାଇଛି। ଘଟଣାର ତଦନ୍ତ କରାଯାଉଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories